ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ , ଆସାମ ହୋଟେଲ ବ୍ୟବସାୟୀ କରିଦେଲେ ଏମିତି ଘୋଷଣା
ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି। କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ଏଠାରେ ପ୍ରଦର୍ଶନକାରୀମାନେ ଇସ୍କନ ଦ୍ୱାରା ପରିଚାଳିତ ଏକ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି। ବାଂଲାଦେଶରେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନେ ବିକ୍ଷୋଭକାରୀଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି।
ତେବେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକାଣ୍ଡକୁ ନେଇ ସାରା ବିଶ୍ୱରେ ହେଉଛି ବିକ୍ଷୋଭ ପ୍ରଦର୍ଶନ ହେଉଛି। ତେବେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତରେ ଥିବା ଏକ ହୋଟେଲ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆସାମର ବରାକ୍ ଉପତ୍ୟକାର ହୋଟେଲ ବ୍ୟବସାୟୀ ଏବଂ ରେସ୍ତୋରାଁ ମାଲିକମାନେ ଘୋଷଣା କରିଛନ୍ତି ଯେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବନ୍ଦ ନହେବା ପର୍ଯ୍ୟନ୍ତ ସେମାନେ ବାଂଲାଦେଶୀ ନାଗରିକଙ୍କୁ କୌଣସି ସେବା ପ୍ରଦାନ କରାଯିବ ନାହିଁ।
ବରାକ ଉପତ୍ୟକା ଆସାମର ଏକ ଅଞ୍ଚଳ ଯାହା କଚ୍ଛର, କରିମଗଞ୍ଜ ଏବଂ ହାଇଲାକାଣ୍ଡି ଜିଲ୍ଲାକୁ ନେଇ ଗଠିତ । ବାଂଲାଦେଶର ସିଲେଟ ଅଞ୍ଚଳ ସହ ଏହାର ୧୨୯ କିଲୋମିଟର ଦୀର୍ଘ ସୀମା ରହିଛି। ବାରାକ ଭ୍ୟାଲି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ବାବୁଲ ରାୟ କହିଛନ୍ତି, ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସ୍ଥିତି ଚିନ୍ତାଜନକ।

ଆମେ ଏହାକୁ କୌଣସି ଉପାୟରେ ଗ୍ରହଣ କରିପାରିବୁ ନାହିଁ, ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏବଂ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ ନହେବା ପର୍ଯ୍ୟନ୍ତ ଆମେ ପଡ଼ୋଶୀ ଦେଶର କୌଣସି ନାଗରିକଙ୍କୁ ବରାକ୍ ଉପତ୍ୟକାର ତିନୋଟି ଜିଲ୍ଲାରେ ରଖିବୁ ନାହିଁ। ଏହା ହେଉଛି ଆମର ପ୍ରତିବାଦ କରିବାର ଉପାୟ।
ବାଂଲାଦେଶର ଲୋକମାନେ ନିଶ୍ଚିତ କରନ୍ତୁ ଯେ ଦେଶରେ ସ୍ଥିରତା ଫେରିବ। ପରିସ୍ଥିତିରେ ସୁଧାର ଆସିଲେ ହିଁ ଆମେ ଆମ ନିଷ୍ପତ୍ତିର ପୁନର୍ବିଚାର କରିପାରିବୁ। କିଛି ଦିନ ତଳେ ବଜରଙ୍ଗ ଦଳ ସିଲଚରରେ ଚାଲିଥିବା ଏକ ପ୍ରଦର୍ଶନୀର ଆୟୋଜକମାନଙ୍କୁ ବାଂଲାଦେଶୀ ସାମଗ୍ରୀ ବିକ୍ରି କରୁଥିବା ଦୁଇଟି 'ଷ୍ଟଲ୍' ବନ୍ଦ କରିବାକୁ କହିଥିଲା ଏବଂ ସେମାନଙ୍କ ଦାବି ପୂରଣ ହୋଇଥିଲା।












Click it and Unblock the Notifications