ଗରିଫ ହୋଇପାରନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ ! ଅନ୍ତର୍ଜାତୀୟ କୋର୍ଟ ଜାରି କଲା ୱାରେଣ୍ଟ
ଗିରଫ ହୋଇପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ତାଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ ତଥା ଆଇସିସି ଜାରି କରିଛି ୱାରେଣ୍ଟ । ରୁଷର ରାଷ୍ଟ୍ରପତି ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଋଷ:ଗିରଫ ହୋଇପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ତାଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ ତଥା ଆଇସିସି ଜାରି କରିଛି ୱାରେଣ୍ଟ । ଋଷର ରାଷ୍ଟ୍ରପତିଙ୍କୁ ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ କହିଛନ୍ତି
ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ କହିଛନ୍ତି, ୨୪ ଫେବ୍ରୁଆରୀ,୨୦୨୨ରେ ରୁଷର ଆକ୍ରମଣ ଆରମ୍ଭରୁ ଯୁକ୍ରେନର ପିଲାମାନଙ୍କ ଉପରେ ଅତ୍ୟାଚାର ବଢିଯାଇଥିବା ନେଇ ଅଭିଯୋଗ ରହିଛି । ପୁଟିନ୍ ସିଧାସଳଖ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିଥିବାର ପ୍ରମାଣ ରହିଛି ବୋଲି କୋର୍ଟ ଦାବି କରିଛନ୍ତି । ପୁଟିନଙ୍କ ସମେତ ଋଷର ଶିଶୁ ଅଧିକାର କମିଶନରଙ୍କୁ ମଧ୍ୟ ଗରିଫ କରିବା ପାଇଁ ୱାରେଣ୍ଟ ଜାରି କରାଯାଇଛି । ଋଷର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା-ବେଲୋଭାଙ୍କୁ ମଧ୍ୟ ଆଇସିସି ବିରୋଧୀ ଘୋଷଣା କରାଯାଇଛି । ସେହିପରି ଋଷର-ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁକ୍ରେନରେ ଅପରାଧ ଦୃତ ଗତିରେ ବଢିବାରେ ଲାଗିଥିଲା ଯେଉଁଥି ପାଇଁ ପୁଟିନଙ୍କୁ ଦାୟୀ କରାଯାଇଛି ।
ଏକ ବର୍ଷଠୁ ଅଧିକ ସମୟ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି
ଅନ୍ତର୍ଜାତୀୟ ଅପରାଧିକ କୋର୍ଟ କହିଛନ୍ତି ଯେ, ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶିଶୁ ଅଧିକାର କମିଶନର ଶିଶୁଙ୍କୁ ବେଆଇନ ଦେଶରୁ ବିତାଡିତ ତଥା ବେଆଇନ୍ ସ୍ଥାନାନ୍ତର ଯୁଦ୍ଧ ଅପରାଧ ବୋଲି ଦର୍ଶାଯାଇଛି । ସେହିପରି କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ କରିବା ଦ୍ୱାରା ଶିଶୁ, ମହିଳା ଏବଂ ସାଧାରଣ ଲୋକଙ୍କର ଅଧିକ ସଂଖ୍ୟାରେ ମୃତ୍ୟୁ ହୋଇଛି । ଯେଉଁଥି ପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି କୋର୍ଟ । ଋଷ-ୟୁକ୍ରେନ୍ ବିବାଦକୁ ନେଇ ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । ସୂଚନାଥାଉ ଯେ ଏକ ବର୍ଷରୁ ଅଧିକ ସମୟ ହେଲା ଋଷ-ୟୁକ୍ରେନର ଯୁଦ୍ଧ ଜାରି ରହିଛି ।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ଏହି ଆରେଷ୍ଟ ୱାରେଣ୍ଟକୁ ମହତ୍ତ୍ୱହୀନ ଏବଂ ଅସ୍ୱୀକାର୍ଯ୍ୟ ବୋଲି କହିଛି ଋଷ । ଏହାକୁ ଟଏଲେଟ ପେପର ସହ ତୁଳନା କରିଛନ୍ତି ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍ ଦିମିତ୍ରୀ ମେଡଭେଡେର । ସେହିପରି ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟର ଏହି ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।












Click it and Unblock the Notifications