ବାଂଲାଦେଶ ଇସ୍କନ ସାଧୁଙ୍କୁ ଗିରଫ ମାମଲା ; ମାମଲା ଲଢ଼ୁଥିବା ଓକିଲଙ୍କୁ ଆକ୍ରମଣ
ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ଆସିଛି। ସେ ତାଙ୍କ ଘରେ ଥିବା ବେଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।

ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସ ଗିରଫ ହେବା ପରେ ବାଂଲାଦେଶରେ ହିଂସା ଉପୁଜିଛି।ସୋମବାର ରାତିରେ ଏକ ଟୁଇଟ୍ କରି ଇସ୍କନ୍ ଇଣ୍ଡିଆର ସଭାପତି ତଥା ମୁଖପାତ୍ର ରାଧାରମନ୍ ଦାସ କହିଛନ୍ତି, "ଦୟାକରି ଆଡଭୋକେଟ୍ ରାମେନ୍ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ଦୋଷ ଚିନ୍ମୟ କୃଷ୍ଣ ପ୍ରଭାସଙ୍କୁ କୋର୍ଟରେ ରକ୍ଷା କରୁଥିଲେ। ଇସଲାମବାଦୀମାନେ ତାଙ୍କୁ ତାଙ୍କ ଘରେ ଆକ୍ରମଣ କରି ଆଇସିୟୁ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛନ୍ତି।''
ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସତ୍ତ୍ବ ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଚିନ୍ମୟ ଦାସଙ୍କ ଜାମିନ ଉପରେ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୩ ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।












Click it and Unblock the Notifications