ହସ୍ପିଟାଲ ଉପରେ ଆକ୍ରମଣ, ୭୦ ଜଣଙ୍କ ଚାଲିଗଲା ଜୀବନ
ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ଡାର୍ଫର ଅଞ୍ଚଳର ଏଲ୍-ଫାଶରରେ ଥିବା ଶେଷ କାର୍ଯ୍ୟକ୍ଷମ ହସ୍ପିଟାଲଉପରେ ଶନିବାର ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ସୂଚନା ଦେଇଛନ୍ତି ।

ଏହି ବିସ୍ଫୋରଣରେ ହସ୍ପିଟାଲର ଜରୁରୀକାଳୀନ କୋଠା ନଷ୍ଟ ହୋଇଯାଇଛି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ସୁଦାନର କେଉଁ ଶତ୍ରୁ ପକ୍ଷ ଏହି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ।












Click it and Unblock the Notifications