ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ଲାଗି ଆହ୍ୱାନ ଦେଲେ ଆଣ୍ଟୋନିଓ ଗୁଟେରସ୍
ଭାରତ ଏବଂ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍' ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ଲାଗି ଆହ୍ୱାନ ଦେଇଛନ୍ତି । ଏହି ବିଶ୍ୱସ୍ତରୀୟ ସଂଗଠନର କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ନେଇ ବୃଦ୍ଧି ପାଉଥିବା ଆହ୍ୱାନଗୁଡ଼ିକ ପରିପ୍ରେକ୍ଷୀରେ ଶ୍ରୀ ଗୁଟେରସ୍ ଏହା କହିଛନ୍ତି ।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିସ୍ କହିଛନ୍ତି, ଆନ୍ତର୍ଜାତିକ ନିୟମଗୁଡ଼ିକର କାର୍ଯ୍ୟକାରିତା ନେଇ ସଂସ୍କାରମୂଳକ ପରିବର୍ତ୍ତନ ସହ ସ୍ଥାୟୀ ସଦସ୍ୟ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି । ଜାତିସଂଘ ସୁରକ୍ଷା ପରିଷଦର ଏକ ଉଚ୍ଚସ୍ତରୀୟ ମୁକ୍ତ ବିତର୍କରେ ଭାଗ ନେଇ ପି. ହରିସ୍ କହିଛନ୍ତି, ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସଠିକ୍ ଭାବରେ ସମାଧାନ ନ କରାଯିବା ଫଳରେ ଜାତିସଂଘର ବିଶ୍ୱସନୀୟତା ଏକ ପରୀକ୍ଷାମୂଳକ ସମୟ ଦେଇ ଗତି କରୁଛି ।












Click it and Unblock the Notifications