ମାଲେରିଆରୁ ଶୀଘ୍ର ମିଳିବ ତ୍ରାହି, ଆଫ୍ରିକାର ବୈଜ୍ଞାନିକ ପ୍ରସ୍ତୁତ କଲେ ମନୋକ୍ଲୋନଲ ଆଣ୍ଟିବଡି

ଆଫ୍ରିକାର ବୈଜ୍ଞାନିକ ମାନେ ମାଲେରିଆ ବିରୁଦ୍ଧରେ ସୁରକ୍ଷିତ ଏକ ପରୀକ୍ଷାମୂଳକ ଆଣ୍ଟିବଡି ତିଆରି କରିଛନ୍ତି ।

କେପଟାଉନ: ପ୍ରତିବର୍ଷ ସାରା ବିଶ୍ବରେ ମାଲେରିଆରେ ଅନେକ ପ୍ରାଣ ହରାଉଛନ୍ତି। କାରଣ ଏହି ରୋଗର ସେପରି କିଛି ସ୍ବତନ୍ତ୍ର ଚିକିତ୍ସା ନାହିଁ। କିନ୍ତୁ ବର୍ତ୍ତମାନ ଏହି ରୋଗରୁ ଆପଣ ସହଜରେ ହୋଇ ପାରିବେ ସୁସ୍ଥ । ଆଫ୍ରିକାର ବୈଜ୍ଞାନିକ ମାନେ ମାଲେରିଆରୁ ବିଶ୍ବାବାସୀଙ୍କୁ ବଞ୍ଚାଇବା ପାଇଁ ତିଆରି କରିଛନ୍ତି ମୋନୋକ୍ଲୋନଲ ଆଣ୍ଟିବଡି । ଏହି ଔଷଧର ଗୋଟିଏ ଡୋଜ ଖାଇବା ଦ୍ବାରା ଶରୀରରେ ଛଅ ମାସ ପର୍ଯ୍ୟନ୍ତ ମାଲେରିଆ ବିରୋଧି ଆଣ୍ଟିବଡି ତିଆରି କରି ରଖିବ ।

ଏହି ଅଧ୍ୟୟନରେ ଜଡିତ ନଥିବା ନ୍ୟୁୟର୍କର ଆଲବର୍ଟ ଆଇନ୍ ଷ୍ଟାଇନ୍ କଲେଜ ଅଫ୍ ମେଡିସିନ୍ ର ଡକ୍ଟର ଜୋହାନା ଡେଲି କହିଛନ୍ତି ଯେ କର୍କଟ ଏବଂ କୋଭିଡ-19ର ଚିକିତ୍ସା ପାଇଁ ଲ୍ୟାବ୍ ନିର୍ମିତ ଆଣ୍ଟିବଡି ବ୍ୟବହୃତ ହୁଏ। ଡାକ୍ତରଙ୍କ କହିବା ଅନୁସାରେ, "ଭଲ ଖବର ହେଉଛି ବର୍ତ୍ତମାନ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାକୁ ଆମର ଆଉ ଏକ ପ୍ରତିରକ୍ଷା-ଆଧାରିତ ଥେରାପି ପ୍ରସ୍ତୁତ ହୋଇଛି ।

malaria

ଦାବି କରାଯାଉଛି ଯେ, ଆଣ୍ଟିବଡି ହେବା ଦ୍ବାରା ଶରୀରରେ ମେଲେରିଆ ବିରୋଧରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ । ଯାହା ଏହି ରୋଗରୁ ଲୋକଙ୍କୁ ରକ୍ଷା କରିବ । ବାମକୋ ବିଶ୍ବବିଦ୍ୟାଳୟର ଛାତ୍ରୀ ଡା. କୁସୁମଙ୍କ କହିବା ଅନୁସାରେ ଏହି ଔଷଧ ଲୋକଙ୍କୁ ମେଲେରିଆରୁ ରକ୍ଷା କରିବ । ବର୍ତ୍ତମାନ ଏହାକୁ ପରୀକ୍ଷା ମୂଳକ ଭାବେ 330 ଜଣଙ୍କ ଉପରେ ପ୍ରୟୋଗ କରାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥରେ ପ୍ରସ୍ତୁତ ଏକ ଔଷଧ ଲୋକଙ୍କୁ ପ୍ରଦାନ କରାଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ମ୍ୟାଲେରିଆରେ 2020 ରେ 620,000 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ 241 ନିୟୁତ ଅସୁସ୍ଥ ହୋଇଥିଲେ। ମୁଖ୍ୟତଃ ଆଫ୍ରିକାରେ 5 ବର୍ଷରୁ କମ୍ ପିଲା ଅର୍ନ୍ତଭୁକ୍ତ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପିଲାମାନଙ୍କ ପାଇଁ ପ୍ରଥମ ଅଧିକୃତ ମ୍ୟାଲେରିଆ ଟିକା ବାହାର କରୁଛି, କିନ୍ତୁ ଏହା ପ୍ରାୟ 30 ପ୍ରତିଶତ ପ୍ରଭାବଶାଳୀ ଏବଂ ଚାରୋଟି ଡୋଜ୍ ଆବଶ୍ୟକ କରିବ। ତେବେ ଭାରତରେ ମେଲେରିଆ ମାମଲା ଲଗାତାର ହ୍ରାସ ହେଉଛି। 2015 ମସିହା ପରଠାରୁ ଭାରତରେ ଏହି ରୋଗ 80 ପ୍ରତିଶତ ହ୍ରାସ ଦେଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+