ଅଶାନ୍ତ ହେଲାଣି ଆମେରିକା, ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆସିବ ମହାଭିଯୋଗ !
ଓ୍ୱାସିଂଟନରେ ଶନିବାରା ହଜାର ହଜାର ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଥିଲେ । ସରକାର ହଟାଓ ନାରାରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ରିମୁଭାଲ କୋଆଲିସନ ଦ୍ୱାରା ଏହି ଆନ୍ଦୋଳନ ଆରମ୍ଭ କରିଛି । କେବଳ ସାଧାରଣ ଜନତା ନୁହେଁ ଏଥିରେ ଟେକ୍ସାସ ସାଂସଦ ଅଲ୍ ଗ୍ରୀନ, ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫ୍ୟାନନଙ୍କ ଭଳି ବ୍ୟକ୍ତିବିଶେଷ ସାମିଲ ଥିଲେ । ଏହାଛଡା ଅନେକ ଗାୟକ ଏଥିରେ ଯୋଗ ଦେଇଥିଲେ ।

ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିବା ପୋଲିସ ଅଧିକାରୀ ମାଇକେଲ କହିଛନ୍ତି ଯେ, ଆମେରିକାର ଜନତାଙ୍କୁ ଅଣଦେଖା କରାଯାଉଛି । ତେଣୁ ସେମାନେ ପ୍ରଶାସନକୁ ହଟାଇବାକୁ ଚାହୁଁଛନ୍ତି । ଅନ୍ୟ ଦିଗରେ ଅଲ୍ ଗ୍ରୀନ୍ କହିଛନ୍ତି ଯେ, ଖ୍ରୀଷ୍ଟମାସ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯାଗ ଆସିବ । ଏବେ ଆମେରିକାର ସ୍ଥିତି ଭଲ ନାହିଁ ।ଦିନକୁ ଦିନ ସ୍ଥିତି ବିଗୁଡୁଛି । ତେଣୁ ଟ୍ରମ୍ପଙ୍କୁ ହଟାଇବାକୁ ହେବ । ଟ୍ରମ୍ପ ସରକାର ବିରୋଧରେ ବଢୁଥିବା ଅସନ୍ତୋଷର ଏହା ଆଉ ଏକ ଉଦାହରଣ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଦର୍ଶନକାରୀ ସିଧାସଳଖ ସରକାର ହଟାଇବାକୁ ଚାହୁଁଛନ୍ତି ।












Click it and Unblock the Notifications