ଚିନରେ ଚିନ୍ତା ବଢାଇଲାଣି ଆଉ ଏକ ଭାଇରସ, ନେଇପାରେ ମହାମାରୀ ରୂପ
HMPV Virus: ଚୀନରେ ପୁଣି ଆଉ ଏକ ନୂଆ ଭାଇରସ ବଢାଉଛି ଚିନ୍ତା । ଏହି ନୂଆ ଭୂତାଣୁର ଲକ୍ଷଣ କରୋନା ଭାଇରସ ପରି । ଏହାକୁ ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବୋଲି କୁହାଯାଉଛି, ଯାହା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଛୋଟ ପିଲାଙ୍କ ମଧ୍ୟ ଏହାର ପ୍ରଭାବ ଅଧିକ ଦେଖିବା ପାଇଁ ମିଳୁଛି ।

ସୂଚନା ରହିଥି ଚୀନରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି । HMPV ନୁହେଁ ଅନ୍ୟ କିଛି ଭାଇରସ୍ ଦ୍ବାରା ସଂକ୍ରମିତ ହେଉଛନ୍ତି ଲୋକ। ଇନ୍ଫ୍ଲୁଏନ୍ଜା-ଇ, ମାଇକୋପ୍ଲାଜମା ନିମୋନିଆ, ଏବଂ କୋଭିଡ-୧୯ ପରି ଭାଇରସ ମଧ୍ୟ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ କାଶ, ଜ୍ୱର ହେଲେ ତୁରନ୍ତ ଡାକ୍ତରୀ ପରୀକ୍ଷା କରୁଥିବାର ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଡାକ୍ତରଖାନାରେ ଲୋକଙ୍କର ଭିଡ଼ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications