ପୁଣି ଥରେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏକ ବଡ଼ ଆକ୍ରମଣ
ଦକ୍ଷିଣ ଗାଜାରେ ପୁଣି ଥରେ ଇସ୍ରାଏଲ ଏକ ବଡ଼ ଆକ୍ରମଣ କରିଛି । ଗାଜା ଷ୍ଟ୍ରିପର ଦକ୍ଷିଣରେ ଖାନ ୟୁନିସର ପଶ୍ଚିମରେ କୁୱେତ ହସ୍ପିଟାଲ ନିକଟରେ ଥିବା ବିସ୍ଥାପିତ ଶିବିର ଉପରେରେ ଇସ୍ରାଏଲ ଯୁଦ୍ଧ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ପୁରୁଷ, ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ରାଫା ଉପରେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଦକ୍ଷିଣ ଗାଜାରେ ଆକ୍ରମଣ କରିଥିବା ସୂଚନା ରହିଛି । ଇସ୍ରାଏଲ, ଗାଜା ଷ୍ଟ୍ରିପର ଦକ୍ଷିଣରେ ଖାନ ୟୁନିସର ପଶ୍ଚିମରେ କୁୱେତ ହସ୍ପିଟାଲ ନିକଟରେ ବିସ୍ଥାପିତ ଲୋକଙ୍କ ତମ୍ବୁଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଦକ୍ଷିଣ ଗାଜାର ଖାନ ୟୁନିସର ମଧ୍ୟ ବିସ୍ଥାପିତ ଲୋକଙ୍କ ପାଇଁ ଥିବା ତମ୍ବୁ ଉପରେ ଇସ୍ରାଏଲ ବୋମା ମାଡ଼ କରିଥିବା ସୂଚନା ରହିଛି । ଯାହା ଫଳରେ ଶିବିରଗୁଡ଼ିକରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି ।












Click it and Unblock the Notifications