ଋଷ ଉପରେ ପୁଣି ଏକ ବଡ଼ ଆକ୍ରମଣ, ୟୁକ୍ରେନ୍ ଏୟାରଷ୍ଟ୍ରାଇକ୍‌ରେ ଋଷର କ୍ରିମିଆ ବ୍ରିଜ୍ ଧ୍ୱଂସ

ଋଷ ଉପରେ ପୁଣି ଏକ ବଡ଼ ଆକ୍ରମଣ କରିଛି ୟୁକ୍ରେନ । ଋଷରୁ କ୍ରିମିୟାକୁ ସଂଯୋଗ କରୁଥିବା ମୁଖ୍ୟ ବ୍ରିଜକୁ ଉଡାଇ ଦେଇଥିବା ଦାବି କରିଛି ୟୁକ୍ରେନ । ଆକାଶ ପଥ ପରେ ଜଳପଥରେ ଋଷ ଉପରେ ହମଲା କରିଛି ୟୁକ୍ରେନ ସେନା । ଡ୍ରୋନ ଆକ୍ରମଣରେ ଋଷର ୪୦ ଯୁଦ୍ଧବିମାନ ଧ୍ୱଂସ କରିବା ପରେ ପାଣି ଭିତରେ ଆକ୍ରମଣ କରିଛି ୟୁକ୍ରେନ । ୧୧ ଶହ କିଲୋଗ୍ରାମର ବିସ୍ଫୋରକ ଦ୍ବାରା ଋଷରୁ କ୍ରିମିୟାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବଂ ରେଳ ବ୍ରିଜକୁ ଟାର୍ଗେଟ କରିଛି କିଭ । ବିସ୍ଫୋରଣର ଭିଡ଼ିଓ ୟୁକ୍ରେନ ସେନା ପକ୍ଷରୁ ଛଡାଯାଇଛି । ବିସ୍ଫୋରଣ ଯୋଗୁ ବ୍ରିଜର ୧୯ କିଲୋମିଟର ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ।

Russia Ukraine

୨୦୧୪ରେ ୟୁକ୍ରେନଠୁ କ୍ରିମିୟାକୁ ଛଡାଇ ନେଇଥିଲା ଋଷ । ୟୁକ୍ରେନ ସିକ୍ୟୁରିଟି ସର୍ଭିସ(ଏସବିୟୁ) ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ୨୦୨୨, ୨୦୨୩ରେ ଏହି ବ୍ରିଜକୁ ଆକ୍ରମଣ କରାଯାଇଥିଲା । ଏଥର ପାଣି ଭିତରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପାଇଁ କିଛି ମାସ ପୂର୍ବରୁ ଯୋଜନା କରଯାଇଥିବା କହିଛି ଏସବିୟୁ । ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ଆଲୋଚନା ଭିତରେ ଋଷ ଉପରେ ବଡ଼ ଆକ୍ରମଣ କରୁଛି ୟୁକ୍ରେନ । ଆଉ ଏହାର ପାଲଟା ଜବାବ ଦେବାକୁ ଋଷ ପ୍ରସ୍ତୁତି ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+