ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା ଦୀପୁ ଦାସ ପରେ ଅମ୍ରିତ ମଣ୍ଡଳ ନାମକ ହିନ୍ଦୁ ଯୁବକଙ୍କୁ ହତ୍ୟା
ବାଂଲାଦେଶରେ ଦୀପୁ ଦାସଙ୍କ ନିର୍ମମ ଭୀଡ଼ହତ୍ୟାକୁ ନେଇ ସମଗ୍ର ବିଶ୍ବ ସ୍ତବ୍ଧ ଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଉଗ୍ର ଭୀଡ଼। ମୃତ ଯୁବକଙ୍କ ନାଁ ଅମୃତ ମଣ୍ଡଳ ଓରଫ ସମ୍ରାଟ । ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନିକଟରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ବାଂଲାଦେଶରେ ହତ୍ୟା କରାଯାଇଥିଲା। ବାରମ୍ବାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚିନ୍ତାରେ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜବାଡ଼ି ଜିଲାରେ ବୁଧବାର ବିଳମ୍ବିତ ରାତିରେ ପଙ୍ଗସା ଅଞ୍ଚଳରେ କିଛି ଗ୍ରାମବାସୀ ଅମ୍ରିତଙ୍କୁ ଉଠାଇ ନେଇଥିଲେ। ବଟି ଆଦାୟ ଅଭିଯୋଗରେ ସେମାନେ ଅମ୍ରିତଙ୍କୁ ପିଟି ପିଟି ହତ୍ୟା କରିଥିଲେ।












Click it and Unblock the Notifications