Get Updates
Get notified of breaking news, exclusive insights, and must-see stories!

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ଆମେରିକା ଓ ଇସ୍ରାଏଲ୍ ସହିତ ଚାଲିଥିବା ଭୟଙ୍କର ସାମରିକ ସଂଘର୍ଷ ମଧ୍ୟରେ ଇରାନକୁ ଏକ ବଡ଼ ଝଟ୍କା ଲାଗିଛି। ଇରାନର ଶକ୍ତିଶାଳୀ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅଲି ମହମ୍ମଦ ନାଇନି ଶୁକ୍ରବାର ସକାଳେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା ସରକାରୀ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ସପ୍ତାହରେ ଇରାନର ଏହା ଚତୁର୍ଥ ବଡ଼ ସାମରିକ କ୍ଷତି ହୋଇଥିବାବେଳେ ଏହା ଦେଶର ଶୀର୍ଷ ନେତୃତ୍ୱକୁ ଦୋହଲାଇ ଦେଇଛି।

IRGC

ଜେନେରାଲ ନାଇନିଙ୍କ ମୃତ୍ୟୁର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ସ୍ଥାନୀୟ ଗଣମାଧ୍ୟମରେ ଆମେରିକା ଓ ଇସ୍ରାଏଲ୍ ବିରୋଧରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଇରାନର କ୍ଷେପଣାସ୍ତ୍ର ଶିଳ୍ପ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଯୁଦ୍ଧ ସମୟରେ ମଧ୍ୟ କ୍ଷେପଣାସ୍ତ୍ର ଉତ୍ପାଦନ ଅବ୍ୟାହତ ରହିଛି। ତେବେ ଏହି ବୟାନ ଆସିବାର କିଛି ସମୟ ପରେ ସକାଳ ସମୟରେ ହୋଇଥିବା ରକେଟ୍ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ କିଛି ଦିନ ମଧ୍ୟରେ ଇସ୍ରାଏଲ୍ ଇରାନର ଗୁଇନ୍ଦା ବିଭାଗର ମନ୍ତ୍ରୀ ଏସମାଇଲ୍ ଖାତିବ, ସୁରକ୍ଷା ଅଧିକାରୀ ଅଲି ଲାରିଜାନି ଓ ବାସିଜ୍ ବାହିନୀର ମୁଖ୍ୟ ଜେନେରାଲ ଗୋଲାମରେଜା ସୋଲେମାନିଙ୍କୁ ହତ୍ୟା କରି ଇରାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ପ୍ରୟାସ ଜାରି ରଖିଛି।

ଅନ୍ୟପଟେ, ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ବିନିମୟ ଏବେ ଶକ୍ତି କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବା ଆରମ୍ଭ କରିଛି। ଫେବୃଆରୀ ୨୮ ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଚଳିତ ସପ୍ତାହରେ ତୀବ୍ରତା ବୃଦ୍ଧି ପାଇଛି। ଇସ୍ରାଏଲ୍ ପକ୍ଷରୁ ଇରାନର ଦକ୍ଷିଣ ପାର୍ସ ଗ୍ୟାସ୍ କ୍ଷେତ୍ର ଉପରେ ଆକ୍ରମଣ କରାଯିବା ପରେ ପ୍ରତିଶୋଧ ସ୍ୱରୂପ ଇରାନ କାତାରରେ ଥିବା ବିଶ୍ୱର ସର୍ବବୃହତ ଏଲଏନଜି ପ୍ଲାଣ୍ଟ ''ରାସ ଲାଫାନ'' ଉପରେ ଆକ୍ରମଣ କରିଥିଲା। ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ମାଧ୍ୟମରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ଇରାନ କାତାରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖେ, ତେବେ ଆମେରିକା ଇରାନର ସମସ୍ତ ଗ୍ୟାସ୍ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଇରାନର ଶାସକ ଗୋଷ୍ଠୀକୁ ସମୂଳେ ବିନାଶ କରିବା ପାଇଁ ଆଗକୁ ଅନେକ "ଆଶ୍ଚର୍ଯ୍ୟଜନକ" ପଦକ୍ଷେପ ନିଆଯିବ ବୋଲି ସଙ୍କେତ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+