ବାଂଲାଦେଶରେ ଆଉ ଜଣେ ଭାରତ ବିରୋଧୀ ନେତାଙ୍କୁ ଗୁଳିମାଡ଼

ବାଂଲାଦେଶରେ ଛାତ୍ର ନେତା ଉଷ୍ମାନ ହାଦୀର ହତ୍ୟା ପରେ ବ୍ୟାପ୍ତ ହିଂସା ଥମିବା ପୂର୍ବରୁ ଆଉ ଏକ ସମାନ ଘଟଣା ଘଟି ଯାଇଛି। ଅଜ୍ଞାତ ଆକ୍ରମଣକାରୀ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି) ନେତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣା ଦେଶରେ ଜାରି ଉତ୍ତେଜନାକୁ ଆହୁରି ବଢେଇ ଦେଇଛି। ସୂତ୍ର ଅନୁସାରେ ବିଏନପିର ଖୁଲନା ମଣ୍ଡଳ ପ୍ରମୁଖ ମହମଦ ମୋତଲେବ ଶିକଦରକୁ ସୋମବାର ଗୁଳି କରାଯାଇଛି। ଗୁଳି ତା ମୁଣ୍ଡର ବାମପଟେ ବାଜିଛି।

ଗୁଳିମାଡରେ ଆହତ ଶିକଦରକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ତାର ଚିକିତ୍ସା ଜାରି ରହିଛି। ତା ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତାର ନଜର ରଖା ଯାଇଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଗତ ସପ୍ତାହରେ ସରିଫ ଉଷ୍ମାନ ହାଦୀର ମୃତ୍ୟୁ ପରେ ଦେଶରେ ହିଂସାତ୍ମକ ବିରୋଧ ଜାରି ରହିଛି। ହାଦୀର ହତ୍ୟା ପରେ କେତେକ ସହରରେ ସଡ଼କ ଜାମ, ଭଙ୍ଗାରୁଜା ଓ ସଂଘର୍ଷର ଘଟଣା ସାମ୍ନାକୁ ଆସିଛି।

anti-India leader

ମୋତେଲବ ଶିକଦର ଉପରେ ସେତେବେଳେ ଗୁଳିମାଡ଼ ହୋଇଛି ଯେତେବେଳେ ସେ ଖୋଲାଖୋଲି ଦିଲ୍ଲୀ ବିରୋଧୀ ଶକ୍ତିଙ୍କୁ ଢାକା ଶରଣ ଦେବ ବୋଲି ଘୋଷଣା କରିଥିଲା। ଏହି ବୟାନବାଜୀକୁ ନେଇ ଭାରତ ଓ ବାଂଲାଦେଶ ସମ୍ପର୍କରେ ମଧ୍ୟ ତିକ୍ତତା ବଢି ଯାଇଛି। ଉଷ୍ମାନ ହାଦୀ ଭଳି ଶିକଦର ମଧ୍ୟ ଭାରତର ନର୍ଥ-ଇଷ୍ଟ ରାଜ୍ୟଙ୍କୁ ଭାରତରୁ ପୃଥକ କରିବାକୁ ସହଯୋଗ କରିବ ବୋଲି କହିଥିଲା। ଏହି ବୟାନକୁ ଉତ୍ତେଜକ ଓ ବିପଦଜନକ କୁହାଯାଉଛି। ଏହାକୁ ନେଇ ଆଞ୍ଚଳିକ ସୁରକ୍ଷା ଚିନ୍ତା ଢେର ବଢି ଯାଇଛି।

ପ୍ରଥମେ ଉଷ୍ମାନ ହାଦୀ ହତ୍ୟା ଓ ଏବେ ଶିକଦର ମୁଣ୍ଡକୁ ଗୁଳିମାଡ଼ ଘଟଣା ସ୍ପଷ୍ଟ କରିଦେଉଛି ଯେ ବାଂଲାଦେଶ ପରିସ୍ଥିତିରେ ଦ୍ରୁତ ଅବନତୀ ହେଉଛି। ରାଜନୈତିକ ହିଂସା, ମୌଳବାଦୀ ବୟାନବାଜୀ ଓ ସଶସ୍ତ୍ର ଆକ୍ରମଣ ଘଟଣା ଦେଶକୁ ପୁଣି ଥରେ ଅସ୍ଥିରତା ଆଡକୁ ଧକ୍କା ଦେଉଥିବା ଦେଖା ଯାଉଛି। ସରିଫ ଉଷ୍ମାନ ହାଦୀ ତାର ଭାରତ ବିରୋଧୀ ବୟାନ ଲାଗି ବେଶ୍ ଜଣାଶୁଣା ଥିଲା। ହାଦୀ ୨୦୨୪ ବାଂଲାଦେଶ ଛାତ୍ର ବିଦ୍ରୋହରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା। ଏହି ଆନ୍ଦୋଳନ ଯୋଗୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତା ଛାଡିବାକୁ ପଡିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+