ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଯାଇଥିବା ଅଞ୍ଜୁ କ'ଣ ISI ଏଜେଣ୍ଟ ?
ସୀମା ପାର ପ୍ରେମ କାହାଣୀରେ ସବୁ ଦିନ ରୋଚକ ମୋଡ। ଏ ପ୍ରେମ ପୁରା ଅଲଗା ନା ଦେଶ ବିରୋଧୀ ଷଡ଼ଯନ୍ତ୍ର। ଇଏ ଯୋଉ ଦରିଆ ପାରି ପ୍ରେମ ପୁରା ସାଙ୍ଘାତିକ। ହେଲେ ମହାଶୟା ପ୍ରେମିକା ନାଁ ISI ଏଜେଣ୍ଟ ତାହା ସବୁଠୁ ବଡ ପ୍ରଶ୍ନ ?
ଫେସ୍ବୁକ୍ ବନ୍ଧୁଙ୍କ ପ୍ରେମରେ ପଡ଼ି ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ସିଧା ପାକିସ୍ତାନରେ। ଫେସ୍ବୁକ ପ୍ରେମିକଙ୍କୁ ଭେଟିବା ପାଇଁ ସେ ପାକିସ୍ତାନରେ ପହଞ୍ଚି ଯାଇଛନ୍ତି। ଆଉ ଯାଉ ଯାଉ ଧର୍ମ ପରିବର୍ତ୍ତନ କରି ଅଞ୍ଜୁରୁ ସିଧା ଫତିମା। ଆଉ ପୁଣି ଭିଡ଼ିଓ ସେୟାର ବାହା ହୋଇଥିବା ଦେଖାଇଛନ୍ତି । ଏଥିରୁ ପ୍ରଶ୍ନ ଉଠିଛି କ'ଣ ଏତେ ଶୀଘ୍ର ସବୁ ହୋଇଗଲା ନାଁ ଏହା ପଛରେ ରହିଛି ISI ଏଜେଣ୍ଟ ?

ପୁରା ୯୦ ଦିନର ଭିସା ନେଇ ପାକିସ୍ତାନ ଯାଇଛନ୍ତି । ପ୍ରେମୀ ନସ୍ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହିଥିବା ଜଣାପଡ଼ିଛି । ସେ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି। ପରେ ଅରବିନ୍ଦ ଜାଣିପାରିଥିଲେ ଯେ ତାଙ୍କ ପତ୍ନୀ ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି ।
ଅଦ୍ୟାବଧି ଏହା ଉପରେ କାହାରି ଠାରୁ କୌଣସି ଅଫିସିଆଲ୍ ବିବୃତ୍ତି ନାହିଁ, କିନ୍ତୁ ଭିଡିଓ ଯେପରି ସୁଟ୍ ହୋଇଛି କିପରି ଷଡ଼ଯନ୍ତ୍ର ଥିବା ଜଣାପଡିଛି ।
ସେପଟେ ସୀମା ହାଇଦରଙ୍କ ପବ୍ଜି, ପାକିସ୍ତାନ ଓ ସୀମାପାର୍ ପ୍ରେମ କାହାଣୀ ଏବେ ରୋଚକ ମୋଡ଼ । ସୀମା ହାଇଦର ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । କଣ ସତରେ ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଆସିଛନ୍ତି ସୀମା ନା ଆଉ କିଛି ତାହା ଏବେ ବଡ ପ୍ରଶ୍ନ ?












Click it and Unblock the Notifications