ପାକିସ୍ତାନୀ ସେନା ଉପରେ ବିଏଲ୍ଏର ଆକ୍ରମଣ: ୧୨ ମୃତ
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ । ଏହି ଆକ୍ରମଣରେ ୧୨ ଜଣ ସେନାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍ଏ)ର ଯୋଦ୍ଧାମାନେ ଆକ୍ରମଣ କରିଛନ୍ତି । ଏହି ଏନକାଉଣ୍ଟରରେ ୧୨ଜଣ ପାକିସ୍ତାନୀ ସୈନିକ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ସୈନିକ ଆହତ ହୋଇଛନ୍ତି ।
ବିଏଲଏର ଜଣେ ମୁଖପାତ୍ର ଜିଆଣ୍ଡ ବାଲୁଚି କହିଛନ୍ତି ଯେ ଏହାର ଏହାର ଯୋଦ୍ଧାମାନେ ପଞ୍ଜଗୁର ଜିଲ୍ଲାରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ସଂଘର୍ଷରେ ପାକିସ୍ତାନୀ ସୈନିକଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ସୋରାପ ଅଞ୍ଚଳରେ ବହୁ ସଂଖାରେ ପାକିସ୍ତାନୀ ସୈନିକ ଆଗକୁ ବଢିବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଶନିବାର ଦିନ ପ୍ରାୟ ୧ଟା ସମୟରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଚାଲିଥିଲା।

ସେ ଦାବି କରିଛନ୍ତି ଯେ ପାକିସ୍ତାନୀ ସେନାର ସଶସ୍ତ୍ର ବାହିନୀ ସଶସ୍ତ୍ର ଯାନ ଏବଂ ଅନ୍ୟାନ୍ୟ ପରିବହନ ବ୍ୟବହାର କରି ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗୋଷ୍ଠୀର ଅନ୍ୟ ଏକ ୟୁନିଟ୍ ସେମାନଙ୍କୁ ପ୍ରତିହତ କରିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ସାମରିକ ଯାନ ନଷ୍ଟ ହୋଇଯାଇଛି ଏବଂ କଥିତ ମୃତ୍ୟୁ ଦଳ ସଦସ୍ୟମାନେ ମଧ୍ୟ ଆହତ ହୋଇଛନ୍ତି।












Click it and Unblock the Notifications