ଭାରତର ଜ୍ବାଇଁ ହେଲେ ଆମେରିକାର ଉପ ରାଷ୍ଟ୍ରପତି!
ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍ ହାଉସ୍ ଲଢ଼େଇ। ୟୁଏସ୍ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍ ମିଳିଛି। ୪ ବର୍ଷ ପରେ ପୁଣି ଥରେ ଟ୍ରମ୍ପଙ୍କ ସ୍ୱପ୍ନ ସାକାର ହୋଇଛି। ସେ ପୁଣି ଥରେ ଦଖଲ କରିଛନ୍ତି ହ୍ୱାଇଟ୍ ହାଉସ।
ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି। 'ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ। ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ। ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା ବୋଲି ଟ୍ରମ୍ପ ନିଜ ଭୋଟର୍ଙ୍କୁ କହିଛନ୍ତି। ଏଥିସହ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ବି ଧନ୍ୟବାଦ ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜେ.ଡି. ଭାନ୍ସ ମଧ୍ୟ ବିଜୟୀ ହୋଇଛନ୍ତି। ଗତ ଥରର ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଥିବାବେଳେ ଚଳିତଥର ଉପରାଷ୍ଟ୍ରପତି ହୋଇଥିବା ଜେ.ଡି. ଭାନ୍ସଙ୍କର ବି ଭାରତ ସହିତ ବଡ଼ ସମ୍ପର୍କ ରହିଛି। କାରଣ ସମ୍ପର୍କରେ ଦେଖିବାକୁ ଗଲେ ଜେ.ଡି. ଆନ୍ଧ୍ରପ୍ରଦେଶ ତଥା ଭାରତର ଜ୍ବାଇଁ ହେବେ। ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ।












Click it and Unblock the Notifications