ଭାରତକୁ ଆମେରିକାର ନୂଆ ଧମକ, କହିଲା‘ଭାରତ ଯଦି ନରମତା ନଦେଖାଏ.....
ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ, ଉଭୟ ଦେଶର ଉଚ୍ଚ ଅଧିକାରୀଙ୍କ ମନ୍ତବ୍ୟ ଏବେ ତୀବ୍ର ହେବାରେ ଲାଗିଛି। ଏହି ସମୟରେ ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ୍ ହାସେଟ୍ କହିଛନ୍ତି ଯେ, ଯଦି ଭାରତ ରୁଷିଆ ଅଶୋଧିତ ତୈଳର ବାଣିଜ୍ୟ ବନ୍ଦ ନ କରେ, ତେବେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଦଣ୍ଡାତ୍ମକ ଶୁଳ୍କରେ ନରମତା ଦେଖାଇବେ ନାହିଁ। ସେ ଭାରତ ସହିତ ବାଣିଜ୍ୟ ଆଲୋଚନାକୁ "ଜଟିଳ" ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଆମେରିକୀୟ ଉତ୍ପାଦ ପାଇଁ ବଜାର ଖୋଲିବାରେ ଏକ ଜିଦଖୋର ମନୋଭାବ ଗ୍ରହଣ କରୁଛି।

ହାସେଟ ଭାରତ-ଆମେରିକା ବାଣିଜ୍ୟ ଆଲୋଚନାକୁ ଏକ ମାରାଥନ ସହିତ ତୁଳନା କରି କହିଛନ୍ତି,ଥିଲେ ଯେ ଏଥିରେ ଉତ୍ଥାନ-ପତନ ଆସିବ ଏବଂ ଏକ ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଏକ ଦୀର୍ଘକାଳୀନ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ଅନ୍ୟପକ୍ଷରେ, ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ମଧ୍ୟ କହିଛନ୍ତି, ଭାରତ ଉପରେ ହାଇ ଟାରିଫ୍ କେବଳ ରୁଷିଆ ତୈଳ ଯୋଗୁ ନୁହେଁ, ବରଂ ଦୀର୍ଘ ସମୟ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ଯୋଗୁ ମଧ୍ୟ ହେଉଛି। ଆଶା କରୁଛି, ମେ-ଜୁନ ସୁଦ୍ଧା ଏକ ଚୁକ୍ତିନାମା ହୋଇଯିବ, କିନ୍ତୁ ଭାରତ ସହଯୋଗ କରୁନାହିଁ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର (ଭାରତ) ଏବଂ ସର୍ବବୃହତ ଅର୍ଥନୀତି (ଆମେରିକା) ଶେଷରେ ଏକାଠି ହେବେ।
ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଏହା ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଦେଶର କୃଷକ ମାନଙ୍କ ସ୍ୱାର୍ଥ ସହିତ କେବେବି ସାଲିସ କରିବେ ନାହିଁ।












Click it and Unblock the Notifications