ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍
ଇସ୍ରାଏଲ-ହମାସ ଯୁଦ୍ଧ: ଗୋଟେ ପଟେ ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି ତ ଅନ୍ୟପଟେ ସିରିଆ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରଇକ୍ କରିଛି ଆମେରିକା । ଗତ ସପ୍ତାହରେ ସିରିଆରେ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ଡ୍ରୋନ୍ ଓ ମିସାଇଲ ଜରିଆରେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ରହିଛି । ଯାହା ଜବାବ ଆଜି ଆମେରିକା ଦେଇଛି ।
ସୂଚନା ଅନୁସାରେ, IRGS ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ ଠିକଣା ଉପରେ ଆମେରିକା ତରଫରୁ ଆକ୍ରମଣ କରାଯାଇଛି । ତେବେ ନିଜ ଦେଶର ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଆମେରିକା ଏପରି ପଦକ୍ଷେପ ନେଇଛି ବୋଲି ସୂଚନା ରହିଛି ।

ପେଣ୍ଟାଗନ୍ ତରଫରୁ ମିଳିଥିବା ସୂଚନା ଅନୁସାରେ, ଇରାନ ଓ ସିରିଆରେ ଥିବା ଆମେରିକାର ବେଶ୍ କ୍ୟାମ୍ପ ଉପରେ ୧୨ରୁ ଊର୍ଦ୍ଧ୍ୱ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୨୧ ଜଣ ଆମେରିକୀୟ ନାଗରିକ ଗୁରୁତର ଆହତ ହୋଇଥିଲେ । ଯେଉଁ ଆକ୍ରମଣର ଜବାବ ଦେଇଛି ଆମେରିକା ।
ସୂଚନା ରହିଛି ଯେ, ସିରିଆର ଯେଉଁ ସ୍ଥାନରେ ଆମେରିକା ଆକ୍ରମଣ କରିଛି ସେହି ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ପରବର୍ତ୍ତି ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିଲା । ତେବେ ରାଷ୍ଟ୍ରପତି ଜୋ.ବାଇଡେନଙ୍କ ନିର୍ଦ୍ଦେଶାନୁୟୀ ଏପରି ଆକ୍ରମଣ କରାଯାଇଛି ବୋଲି ଖବର ପ୍ରକାଶ ପାଇଛି । ନିଜ ଦେଶକୁ ନିଜ ଲୋକଙ୍କୁ ରକ୍ଷା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଏପରି ପଦକ୍ଷେପ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ସେପଟେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ ଜାରି ଜାରି ରହିଛି । ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଏବଂ ହମାସ ଆତଙ୍କବାଦୀଙ୍କ ମୂଳପୋଛ କରିବା ପାଇଁ ଇସ୍ରାଏଲର ଚେଷ୍ଟା ଜାରି ରହିଛି । ତେବେ ଏହି ଆକ୍ରମଣରେ ଗାଡା ଷ୍ଟ୍ରିପରେ ୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ୍ ପକ୍ଷରୁ କୁହାଯାଇଛି ।












Click it and Unblock the Notifications