ଭାରତର ଜାତୀୟ ସଙ୍ଗୀତ ଗାଇଲେ ଆମେରିକୀୟ ସିଙ୍ଗର, ମୋଦିଙ୍କ ପାଦ ଛୁଇଁ କଲେ ପ୍ରଣାମ
Mary Millben Touched PM Modi Feet: ବିଦେଶୀ ସିଙ୍ଗର ମ୍ୟାରି ମିଲିବେନ ଗାଇଲେ ଭାରତର ଜାତୀୟ ସଙ୍ଗୀତ । ସେହିପରି କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଭୁଲି ନାହାନ୍ତି । ଏହାଦେଖି ଅନ୍ୟମାନେ ଚକିତ ହୋଇ ଯାଇଥିବା ବେଳେ ଆମେରିକାନ ଅଭିନେତ୍ରୀ ଓ ସିଙ୍ଗର ମ୍ୟାରି ମିଲିବେନ ଏବେ ଇଣ୍ଟରନେଟ ସେନସେସନ ପାଲଟି ଯାଇଛନ୍ତି ।

ୱାଶିଂଟନ୍ ରୋନାଲ୍ଡ ରିଗନ୍ ସେଣ୍ଟରରେ ଆମେରିକୀୟ ଭାରତୀୟଙ୍କୁ ସମ୍ବୋଧନ କରୁଥିଲେ ମୋଦୀ । କାର୍ଯ୍ୟକ୍ରମ ଶେଷରେ ଆମେରିକାର ଲୋକପ୍ରିୟ ସିଙ୍ଗର ମେରୀ ମିଲବେନ୍ ଭାରତର ଜାତୀୟ ସଙ୍ଗୀତ ଗାଇଥିଲେ । ଏହାପରେ ମୋଦୀଙ୍କ ପାଖକୁ ଆସି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଆଉ ପ୍ରତିକ୍ରିୟାରେ କହିଥିଲେ ' ମୋଦୀ ଜଣେ ଦୟାଳୁ ଏବଂ ସାନଦାର ବ୍ୟକ୍ତିତ୍ୱ' । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
American singer Mary Milliben, after singing India’s national anthem, touches Prime Minister Modi’s feet… Earlier Prime Minister of PNG, in a moving gesture, had bowed down in reverence. The world respects PM Modi’s powerful spiritual aura and rootedness in Indian values and… pic.twitter.com/qoA7ALLA3U
— Amit Malviya (@amitmalviya) June 24, 2023
ତେବେ ଭାରତ ଜାତୀୟ ସଙ୍ଗୀତ ଗାନ କରି ବେଶ୍ ଖୁସି ଥିବା ମ୍ୟାରି କହିଛନ୍ତି, ଆଜି ଭଗବାନ ମୋତେ ଏକ ଖୁବ୍ ତାତ୍ପତ୍ୟପୂର୍ଣ୍ଣ କାମ କରିବାକୁ ସୁଯୋଗ ଦେଇଛନ୍ତି । ଏଥିପାଇଁ ମୁଁ ଖୁବ୍ ଖୁସି ଓ ଗର୍ବିତ । ଆଜି ରାତିରେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ବିଶ୍ୱରେ ରହୁଥିବା ଭାରତୀୟଙ୍କ ପାଇଁ ସେମାନଙ୍କ ଜାତୀୟ ସଙ୍ଗୀତ ଗାନ କରିଛି । ଆପଣମାନେ ସବୁବେଳେ ମୋ' ହୃଦୟରେ ରହିଛନ୍ତି । ଆମେ ସବୁ ଏକ ପରିବାର। ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ । ଜୟହିନ୍ଦ । ଏଥିସହ ଭଗବାନ ଭାରତ- ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରନ୍ତୁ ବୋଲି ବି ସେ ଆଶା ପ୍ରକଟ କରିଛନ୍ତି ।
#WATCH | Award-winning international singer Mary Millben says, "I am so honoured to be here. The PM is such a wonderful and kind man. It was an honour to be a part of his State visit this week. I loved hearing the crowd sing the National Anthem. You could hear the passion in all… https://t.co/MRejig6No0 pic.twitter.com/G8kjhoWS4m
— ANI (@ANI) June 24, 2023
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନ୍ୟୁୟର୍କରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଥିବା ବେଳେ ସେଠାରେ ମଧ୍ୟ ସିଙ୍ଗର ମ୍ୟାରି ମିଲିବେନ୍ ଯୋଗ କରୁଥିବା ଦେଖିବାକୁ ମିଳିଥିଲା।












Click it and Unblock the Notifications