ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ବଢ଼ୁଛି ବିବାଦ, ଲେବାନନ ଛାଡିବାକୁ ନିଜ ନାଗରିକଙ୍କୁ କହିଲା ଏହି ଦେଶ
ଜେରୁଜେଲମ୍ : ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ ମଧ୍ୟ ନିସ୍ତାର ପାଇ ନ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ଦକ୍ଷିଣ ଲେବାନନରେ ହେଜବୁଲ୍ଲା ସ୍ଥିତିକୁ ବୋମା ପକାଇ ଶହ ଶହ ରକେଟ୍ ଲଞ୍ଚ ବ୍ୟାରେଲକୁ ଟାର୍ଗେଟ କରିଥିଲା। ଇସ୍ରାଏଲ ସେନା କହିଛି, ହେଜବୁଲ୍ଲା ଏହି ରକେଟ ବ୍ୟବହାର କରି ତୁରନ୍ତ ଇସ୍ରାଏଲ ଅଞ୍ଚଳ ଆଡ଼କୁ ଗୁଳିମାଡ଼ କରିଥାନ୍ତା। ଇସ୍ରାଏଲ ସେନା ଅନୁଯାୟୀ, ଏହାର ଯୁଦ୍ଧ ବିମାନଗୁଡ଼ିକ ପ୍ରାୟ ୧୦୦୦ ବ୍ୟାରେଲ ସହିତ ୧୦୦ରୁ ଅଧିକ ରକେଟ ଲଞ୍ଚ୍କୁ ଟାର୍ଗେଟ କରିଥିଲେ।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ, ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ଭିତ୍ତିଭୂମି ତଥା ସାମର୍ଥ୍ୟକୁ ହ୍ରାସ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି, ଇସ୍ରାଏଲ ହେଜବୁଲ୍ଳା ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ। ଇସ୍ରାଏଲ ଓ ଲେବାନନ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ରବିବାର ଆମେରିକା, ଫ୍ରାନ୍ସ, କାନାଡା ଓ ବ୍ରିଟେନ ତାଙ୍କ ନାଗରିକଙ୍କୁ ଲେବାନନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଲେବାନନରେ କିଛି ବଡ ହେବାକୁ ଯାଉଛି । ବିମାନ ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ତୁରନ୍ତ ସ୍ଥ୍ନ ପରିତ୍ୟାଗ କରିବାକୁ କୁହାଯାଇଛି । କିଛି ଦିନ ତଳେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହର ଶୀର୍ଷ କମାଣ୍ଡର ଅହମ୍ମଦ ବାହବୀଙ୍କ ମୃତ୍ୟୁ ଘଟିଥିଲା । ଏ ପର୍ଯ୍ୟନ୍ତ ସେଠାରେ ୩୭ ଜଣ ମୃତ୍ୟୁବରଣ କରି ସାରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଯୁଦ୍ଧ କ୍ୟାବିନେଟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ହମାସ ପରେ ଏବେ ହିଜବୁଲ୍ଲାକୁ ଟାର୍ଗେଟ କରିବା ସମୟ ଉପନୀତ ହୋଇଛି ।












Click it and Unblock the Notifications