ଇରାନ ସହ ଯୁଦ୍ଧ କରିବ ଆମେରିକା, ଆକ୍ରମଣ ଯୋଜନାକୁ ଅନୁମୋଦନ ଦେଲେ ରାଷ୍ଟ୍ରପତି

ଇରାନ ବିରୋଧରେ ଯୁଦ୍ଧ ମୈଦାନକୁ ଏଣ୍ଟ୍ରି କରିବାକୁ ଯାଉଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନାକୁ ଅନୁମୋଦନ କରିଛନ୍ତି । ସେ ଚୂଡ଼ାନ୍ତ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବାକୁ କହିଛନ୍ତି । ଟ୍ରମ୍ପ ତାଙ୍କ ବରିଷ୍ଠ ସହକର୍ମୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

President

ଏହି ସମୟରେ ସେ ଆକ୍ରମଣକୁ ଅନୁମୋଦନ କରିଥିଲେ । ସେ କହିଥିଲେ ଯେ ଚୂଡ଼ାନ୍ତ ନିର୍ଦ୍ଦେଶ ପରେ ଆକ୍ରମଣ କରାଯିବ । ସେ ଦେଖିବାକୁ କହିଥିଲେ ଯେ ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଛାଡିବାକୁ ରାଜି ଅଛି କି ନାହିଁ । ରଏଟର୍ସ ଏହାର ରିପୋର୍ଟରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଖବରକୁ ସ୍ପଷ୍ଟ କରିଛି । ରିପୋର୍ଟରେ ବୈଠକରେ ଉପସ୍ଥିତ ତିନି ଜଣ ବ୍ୟକ୍ତି ଏ ବିଷୟରେ କହିଛନ୍ତି ।

ରଏଟର୍ସ ରିପୋର୍ଟରେ କୁହାଯାଇଛି,ରାଷ୍ଟ୍ରପତି ଆଶା କରୁଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ସାମିଲ ହେବାର ଆଶଙ୍କା ହେତୁ ତେହେରାନ ତାର ପରମାଣୁ କାର୍ଯ୍ୟକ୍ରମ ଛାଡିବ। ଟ୍ରମ୍ପ୍‌ଙ୍କ ବୈଠକ ପୂର୍ବରୁ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ତାଙ୍କ ଧମକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି ଯେ ଯଦି ଆମେରିକା ଆକ୍ରମଣରେ ଯୋଗ ଦିଏ, ତେବେ ଏହାର "ଖରାପ ପରିଣାମ" ହେବ । ସେ କହିଛନ୍ତି ଯେ ଇରାନ କେବେ ମୁଣ୍ଡ ନୁଆଁଇବ ନାହିଁ। ସେ ଚେତାବନୀ ଦେଇଛନ୍ତି ଯେ ଯେକୌଣସି ଆମେରିକୀୟ ସାମରିକ ହସ୍ତକ୍ଷେପର କଡ଼ା ଜବାବ ଦିଆଯିବ । ଯାହା ଆମେରିକାକୁ "ଅପୂରଣୀୟ କ୍ଷତି" କରିବ ।

ଡୋନାଲ୍ଡ ଟ୍ରମ୍ପ ତାଙ୍କଠାରୁ ଆତ୍ମସମର୍ପଣ ଦାବି କରିଥିଲେ। ତଥାପି, ଖାମେନି କହିଛନ୍ତି, ଇରାନ, ଇରାନ ରାଷ୍ଟ୍ର ଓ ଏହାର ଇତିହାସକୁ ଜାଣିଥିବା ବୁଦ୍ଧିମାନ ଲୋକମାନେ କେବେବି ଏହି ରାଷ୍ଟ୍ର ସହିତ ଧମକପୂର୍ଣ୍ଣ ଭାଷାରେ କଥା ହେବେ ନାହିଁ, କାରଣ ଇରାନ ରାଷ୍ଟ୍ର ଆତ୍ମସମର୍ପଣ କରିବ ନାହିଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+