ପାକିସ୍ତାନ ଠାରୁ F-16 ଫେରାଇନେବାକୁ ବିଚାର କରୁଛି ଆମେରିକା

ରିକା ଫେରାଇ ନେବା ଉପରେ ବିଚାର କରୁଥିବା ନେଇ ସୂଚନା ମିଳିଛି । ଭାରତ ବିରୋଧରେ ଏହାକୁ ବ୍ୟବହାର ନ କରିବା ସର୍ତ୍ତରେ ହିଁ ଆମେରିକା ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନ ପାକିସ୍ତାନକୁ ଦେଇଥିଲା । ଏହା କେବଳ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣାଯାଇଥିଲା । ହେଲେ ପାକିସ୍ତାନ ଭାରତ ବିରୋଧରେ ତାର ବ୍ୟବହାର କରିଛି ।

ଏଫ-୧୬କୁ ପାକିସ୍ତାନୀ ବାୟୁସେନାର ସବୁଠାରୁ ଶ୍ରେଷ୍ଠ ସ୍କ୍ୱାଡ୍ରନ ବୋଲି ବିବେଚନା କରାଯାଏ । ପାକିସ୍ତାନ ଏହି ବିମାନ ଆମେରିକା ଠାରୁ କିଣିଛି । ବିମାନ କ୍ରୟ-ବିକ୍ରୟ ବେଳେ ଦୁଇଦେଶ ମଧ୍ୟରେ ଏକ ସର୍ତ୍ତ ରହିଥିଲା । ଯାହାକୁ ଏଣ୍ଡ ୟୁଜ ମନିଟରିଂ ଏଗ୍ରିମେଣ୍ଟ କୁହାଯାଉଛି । ସେଥିରେ କୁହାଯାଇଥିଲା କି ଏହି ଯୁଦ୍ଧବିମାନକୁ ପାକିସ୍ତାନ ଆତଙ୍କବାଦୀ ବିରୋଧୀ ଅଭିଯାନ ଓ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ବ୍ୟବହାର କରିବ। କୌଣସି ପରିସ୍ଥିତିରେ ଭାରତ ବିରୋଧରେ ଏହାକୁ ବ୍ୟବହାର କରିବ ନାହିଁ ।

f16

ଆମେରିକା ମଧ୍ୟ ପାକିସ୍ତାନର ଏହି ଏଫ-୧୬ ବିମାନ ବ୍ୟବହାର ଉପରେ ନଜର ରଖିଆସିଛି । ହେଲେ ପାକିସ୍ତାନ ଲଗାତାର ଭାବେ ସର୍ତ୍ତ ଉଲ୍ଲଂଘନ କରି ଭାରତ ବିରୋଧରେ ବ୍ୟବହାର କରିଆସୁଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ ବିରୋଧରେ ଏଫ-୧୬ ବ୍ୟବହାର କରିଥିଲା। ଭାରତର ମିଗ୍‌-୨୧ ବିମାନ ତାକୁ ଗୁଳିକରି ଖସାଇ ଦେଇଥିଲା ।

ଏକଥା ସାମ୍‌ନାକୁ ଆସିବା ପରେ ଭାରତ ଆମେରିକାକୁ ତାହା ଜଣାଇଥିଲା । ଆମେରିକା ଚିଠି ଲେଖି ପାକିସ୍ତାନକୁ ତାଗିଦ ମଧ୍ୟ କରିଥିଲା । ବର୍ତ୍ତମାନ ଏହା ସାମ୍‌ନାକୁ ଆସିବା ପରେ ଆମେରିକା ଏବେ ପାକିସ୍ତାନ ନିକଟରୁ ଏଫ-୧୬ ଫେରାଇନେବା ଉପରେ ବିଚାର କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+