ପାକିସ୍ତାନକୁ ତାଗିଦ୍ କଲା ଆମେରିକା, କହିଲେ ଭୁଲରେ ଭାବ ନାହିଁ ଆକ୍ରମଣ କରିବା ପାଇଁ
ପାକିସ୍ତାନର ହଜିଲା ନିଦ, ମିଳିଲା ନ୍ୟାୟ, ସମସ୍ତଙ୍କ ମୁହଁରେ ଜୟ ହିନ୍ଦ୍" ଏୟାର ଷ୍ଟ୍ରାଇକ କରି ବଦଲା ନେଲା ଭାରତ ଆତଙ୍କବାଦୀଙ୍କର ହେଲେ ନରସଂହାର। ଏୟାର ଷ୍ଟ୍ରାଇକ ପରେ ସାରା ବିଶ୍ୱକୁ ଅବଗତ କରାଇଲା ଭାରତ । ଆକ୍ରମଣ ସମ୍ପର୍କରେ ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କୁ ଭାରତ ଦେଇଛି ସୂଚନା । ଏହା ପରେ ପାକିସ୍ତାନକୁ ଏବେ ଆମେରିକା ପକ୍ଷରୁ ମଧ୍ୟ ଚେତାବନୀ ମିଳିଛି। ହ୍ୱାଇଟ୍ ହାଉସର ସରକାରୀ ସୂତ୍ର ଦାବି କରିଛନ୍ତି ଯେ, ଆମେରିକାର NSA ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ଭାରତର ଆକ୍ରମଣ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କଥା ଚିନ୍ତା କରିବା ଉଚିତ୍ ନୁହେଁ। ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ସାହସ କରିବା ଉଚିତ୍ ନୁହେଁ। ଏହା ସହିତ, ଭାରତ ବିଷୟରେ ରୁବିଓ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଭାରତର ଅଛି। ଏବେ ଭାରତର ଏହି ଆକ୍ରମଣର ଜବାବରେ, ପାକିସ୍ତାନ କୌଣସି ଆକ୍ରମଣ ନକରିବା ଉଚିତ।
ପାକିସ୍ତାନକୁ ଆମେରିକାର ଚେତାବନୀ
ଭାରତର ଏୟାର ଷ୍ଟ୍ରାଇକ ପରେ, ପାକିସ୍ତାନ ପକ୍ଷରୁ ଭାରତକୁ ଜବାବ ଦେବା ବିଷୟରେ ଆଲୋଚନା ହେଉଛି। ଏହା ମଧ୍ୟରେ ମାର୍କୋ ରୁବିଓ ପାକିସ୍ତାନୀ NSAଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଚୁପ୍ ରହିବାକୁ କହିଛନ୍ତି ଏବଂ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି ଯେ, ଭାରତର ଆକ୍ରମଣର ଜବାବ ଦେବାକୁ ଚିନ୍ତା ମଧ୍ୟ କର ନାହିଁ।
ଏହି ଆକ୍ରମଣ ପରେ, ମାର୍କୋ ରୁବିଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି କହିଛନ୍ତି ଯେ, ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ନଜର ରଖିଛି। ପୂର୍ବରୁ ଦିଆଯାଇଥିବା ମନ୍ତବ୍ୟ ଗୁଡ଼ିକ ଆଶା ପ୍ରକାଶ କରେ ଯେ ଏହା ଶୀଘ୍ର ଶେଷ ହେବ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନ ଉଭୟ ନେତୃତ୍ୱଙ୍କୁ ଜଡ଼ିତ କରିବା ପାଇଁ ପ୍ରୟାସ ଜାରି ରହିବ।












Click it and Unblock the Notifications