'ଆମକୁ ଏକଘରିକିଆ କରିବାକୁ ଚାହୁଁଛି ଆମେରିକା'
ଇରାନରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, ଉତ୍ତର କୋରିଆ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେରିକାକୁ ଟାର୍ଗେଟ କରିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଅଭିଯୋଗ କରିଛନ୍ତି, ଆମେରିକା ଜାତିସଂଘର ସୁରକ୍ଷିତ ଆବରଣ ତଳେ ନିଜ ଇଚ୍ଛା ଅନୁଯାୟୀ ବିଶ୍ୱ ଉପରେ କଟକଣା ଲାଗୁ କରୁଛି। ଏହା ଗ୍ରହଣୀୟ ନୁହେଁ। କିମ୍ଙ୍କ ସରକାର ଆମେରିକା ନେତୃତ୍ୱାଧୀନ ସ୍ୱତନ୍ତ୍ର କଟକଣା ମନିଟରିଂ ଦଳ(ଏମ୍ଏସ୍ଏମ୍ଟି) ଗଠନକୁ ବିରୋଧ କରିଛି। ମନିଟରିଂ ଦଳରେ ଆମେରିକା ଏବଂ ଦକ୍ଷିଣ କୋରିଆ ସମେତ ୧୧ ଜଣ ସଦସ୍ୟ ଅଛନ୍ତି।

ଉତ୍ତର କୋରିଆ କହିଛି, ଏହି ସଂଗଠନ ଆମ ଉପରେ ସାଇବର ଆକ୍ରମଣର ମିଥ୍ୟା ଅଭିଯୋଗ ମଧ୍ୟ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ଆମକୁ ଅପରାଧୀ ଭାବରେ ଚିହ୍ନିତ କରି ବିଶ୍ୱ ସ୍ତରରେଏକଘରିକିଆ କରିବା। ଆମେ ଏପରି ହେବାକୁ ଦେବୁ ନାହିଁ। ଏମ୍ଏସ୍ଏମ୍ଟି ଜାତିସଂଘ ଅଧୀନରେ କାର୍ଯ୍ୟ କରୁଥିବା ଏକ ଦଳୂ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ସୁପାରିଶ କରିବା। ଏହା ପ୍ରଥମେ ୨୦୦୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସେହି ସମୟରେ, ଚୀନ୍ ଏହାର ଗଠନ ବିରୋଧରେ ଭୋଟ୍ ବର୍ଜନ କରିଥିଲା।ଉତ୍ତର କୋରିଆର କେସିଏନ୍ଏ ଏଜେନ୍ସି କହିଛି, ସଂଗଠନ ଆଗାମୀ ୧୫ ବର୍ଷ ପାଇଁ ପୁନର୍ବାର କଠୋର ପରମାଣୁ କଟକଣା ଲାଗୁ କରିବାକୁ ଚାହୁଁଛି। କିମ୍ଙ୍କ ସରକାର ଏହି ପଦକ୍ଷେପକୁ ବିରୋଧ କରୁଛି।
କିମ୍ ଜୋଙ୍ଗ ଉନ୍ କହିଛନ୍ତି, ଏଭଳି ଏକ ପୁରୁଣା ସଂଗଠନକୁ ଉତ୍ତର କୋରିଆ ଉପରେ ଚାପ ପକାଇବା ପାଇଁ ବ୍ୟବହାର କରାଯିବା ଠିକ୍ ନୁହେଁ। ଉତ୍ତର କୋରିଆ କହିଛି, ଯଦି ଜାତିସଂଘ ପୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି, ତେବେଏକ ନୂତନ ସଂଗଠନ ଗଠନ କରିବା ଉଚିତ। କିମ୍ଙ୍କ ଏଭଳି ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି।












Click it and Unblock the Notifications