ଇସ୍ରାଏଲ୍ରେ ପହଁଚଲା ଆମେରିକା ଯୁଦ୍ଧ ବିମାନ, ବଢୁଛି ମୃତ୍ୟୁ ସଂଖ୍ୟା
America Support For Israel Amid Gaza War: ଇସ୍ରାଏଲ-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ହମାସ ଆତଙ୍କବାଦୀ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିବା ଦ୍ୱାରା ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ହମାସରେ ଥିବା ଆତଙ୍କବାଦୀଙ୍କର ଗୋଟିଏ ପରେ ଗୋଟିଏ ଠିକଣାକୁ ନଷ୍ଟ କରୁଥି ଇସ୍ରାଏଲ । ଗାଜାର ସୀମାକୁ ପୁଣି ନିଜ ଅଧିନକୁ ନେଉଛି ଇସ୍ରାଏଲ । ବର୍ତ୍ତମାନ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଛି ।
ଏହାରି ମଧ୍ୟରେ ଇସ୍ରାଏଲକୁ ସପୋର୍ଟ କରିଛି ଆମେରିକା । ଯୁଦ୍ଧାସ୍ତ୍ର ଧରି ଇସ୍ରାଏଲରେ ପହଞ୍ଚିଛି ପ୍ରଥମ ଆମେରିକୀୟ ବିମାନ । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲର ପ୍ରତିରକ୍ଷା ବାହିନୀ । ଆମେରିକାର ଏହି ଯୁଦ୍ଧ ବିମାନଟି ଦକ୍ଷିଣ ଇସ୍ରାଏଲର ନେଭାଟିମ୍ ଏୟାପବେସରେ ଅବତରଣ କରିଥିବା ନେଇ ସୂଚନା ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଜୋ ବାଇଡେନ୍ । ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଉପରେ ହମାସର ଆକ୍ରମଣରେ ୧୪ ଜଣ ଆମେରିକୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବାଇଡେନ୍ ।
ଅନ୍ୟପଟେ ଇସ୍ରାଏଲ ଲଗାତାର ଗାଜା ଉପରେ ଆକ୍ରମଣ କରୁଛି । ଆତଙ୍କବାଦୀ ସଂଗଠନର ଖୋଜି ଖୋଜି କରାଯାଉଛି ଆକ୍ରମଣ । ରକେଟ୍, ବୋମା ମାଡ଼ରେ ବଡ଼ ବଡ଼ କୋଠା କ୍ଷଣିକରେ ମିଶୁଛି ମାଟିରେ । ଗାଜା ଷ୍ଟ୍ରିପରେ ହମାସ ଆତଙ୍କବାଦୀ ଟାର୍ଗେଟ ବିରୋଧରେ ଇସ୍ରାଏଲ ବାୟୁସେନା ଏକ ବଡ଼ ଧରଣର ଷ୍ଟ୍ରାଇକ୍ କରିଥିଲା। ଇସ୍ରାଏଲ୍ ବାୟୁସେନା ଅନୁଯାୟୀ, ଯୁଦ୍ଧ ବିମାନ ଗାଜା ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ହମାସର ଅନେକ ଆତଙ୍କବାଦୀଙ୍କ ସ୍ଥାନ ଉପରେ ଆକ୍ରମଣ କରିଥିଲା।
ଇସ୍ରାଏଲ ଉପରେ ହମାସ ଦ୍ୱାରା କରାଯାଇଥିବା ଭୟଙ୍କର ଆକ୍ରମଣକୁ ଆମେରିକା ନିନ୍ଦା କରୁଛି । ଜୋ ବାଇଡେନ୍ ସୂଚନା ଦେଇ କହିଛନ୍ତି ଯେ, ଆଜି ମୁଁ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହ ସେଠିକାର ଭୟଙ୍କର ହମାସ ଆତଙ୍କବାଦୀ ଆକ୍ରମଣ ବିଷୟରେ ପଚାରି ବୁଝିଛି । ମୁଁ ତାଙ୍କୁ ମୋର ସମର୍ଥନ ଜଣାଇଛି । ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ହୃଦୟରୁ ସମବେଦନା ଜଣାଉଛି ।












Click it and Unblock the Notifications