ଆମେରିକା ରାଷ୍ଟ୍ରପତି ଦୌଡ଼ରୁ ବାଦ୍ ଓହରିଲେ ଜୋ ବାଇଡେନ୍; କମଲା ହାରିସ୍ ହେବେ ଡେମୋକ୍ରାଟିକ୍ ପ୍ରାର୍ଥୀ !
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ବାଇଟ୍ ହାଉସ୍ ଦୌଡ଼ରୁ ଓହରିଯାଇଛନ୍ତି । ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ'ରେ ସ୍ପଷ୍ଟ କରିଛନ୍ତି । ଜାତୀୟ ଓ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ବିଷୟ ଏଥିରେ ସେ ଉଲ୍ଲେଖ କରିଛନ୍ତି । ତେବେ ବାଇଡେନ୍ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି।
୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହରାଇ ପୂର୍ବତନ ଉପରାଷ୍ଟ୍ରପତି ତଥା ବାଇଡେନ୍ କ୍ଷମତାକୁ ଆସିଥିଲେ। ୨୦୨୪ ନିର୍ବାଚନରେ ବାଇଡେନ୍ ଶାସକ ଦଳରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ଏକପ୍ରକାର ନିଶ୍ଚିତ ଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ଓ ମତିଭ୍ରମ ଯୋଗୁ ବାଇଡେନ୍ ବାରମ୍ବାର ଭୁଲ୍ କଥା କହୁଥିବା ଅନେକ ସଭାସମିତିରେ ଦେଖିବାକୁ ମିଳିଥିଲା।
ଜୁନ୍ ୨୭ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍ ବେଳେ ରିପବ୍ଲିକାନ୍ ଟ୍ରମ୍ପ ଅନେକ ପ୍ରସଙ୍ଗରେ ବାଇଡେନ୍ଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ। ୮୧ ବର୍ଷୀୟ ବାଇଡେନ୍ ଟ୍ରମ୍ପ୍ଙ୍କ ମୁକାବିଲା କରି ନ ପାରି ଅନେକ ଦୁର୍ବଳ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା।

ବାଇଡେନ୍ ୮୫ ବର୍ଷରେ ଉପନୀତ ହେବା ପରେ ଆମେରିକାକୁ କିପରି ଚଳାଇବେ ବୋଲି ଚ୍ୟାଲେଞ୍ଜର ଟ୍ରମ୍ପ୍ ପ୍ରଶ୍ନ କରିଥିଲେ । ଏହିସବୁ ବିଷୟକୁ ନେଇ ଶାସକ ଡେମୋକ୍ରାଟିକ୍ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା।
ବାଇଡେନ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରବିବାର ରାତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଭାବେ ସେବା ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି । ଗତ ସାଢ଼େ ୩ ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶ ସାଧିତ ହୋଇଛି। ଆଜି ଆମେରିକାର ଅର୍ଥନୀତି ବିଶ୍ୱର ସବୁଠୁ ଶକ୍ତିଶାଳୀ। ଦେଶର ପୁନଃନିର୍ମାଣ କ୍ଷେତ୍ରରେ ଆମେ ଐତିହାସିକ ନିବେଶ କରିଛୁ। ଆମେରିକାବାସୀଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନ ଥାନ୍ତା।
ଦେଶ ଓ ଦଳର ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ସମ୍ପର୍କରେ ଚଳିତ ସପ୍ତାହରେ ବିସ୍ତୃତ ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରି ଅବଗତ କରାଇବେ ବୋଲି ବାଇଡେନ୍ କହିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ହାରିସ୍ ସର୍ବୋତ୍ତମ ଡେମୋକ୍ରାଟ୍ ବୋଲି ବାଇଡେନ୍ କହିଛନ୍ତି । ତେବେ ତାଙ୍କ ପ୍ରସ୍ତାବକୁ ଡେମୋକ୍ରାଟିକ୍ ପାର୍ଟି କନ୍ଭେନ୍ସନ ଅନୁମୋଦନ ଦେଲେ ହାରିସ୍ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାରତୀୟ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ନଭେମ୍ବର ନିର୍ବାଚନରେ ସେ ବିଜୟୀ ହେଲେ ପ୍ରଥମ ମହିଳା ଏବଂ ଅଣଶ୍ୱେତାଙ୍ଗ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିବେ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications