ଇରାନ ଉପେର ଆକ୍ରମଣ କରିପାରେ ଆମେରିକା ! ହୋଇପାରେ ଭୟଙ୍କର ଯୁଦ୍ଧ
US-Iran Conflict: ଇରାନକୁ ଆମେରିକାର ଚେତାବନୀ । ହମାସ ଆତଙ୍କବାଦୀ ସଂଗଠନକୁ ଉସକାଇ ଇସ୍ରାଏଲ ଉପରେ ଆକ୍ରମଣ କରାଯାଉଛି ଇରାନ ଏପରି ଅଭିଯୋଗ ଆଣିଲା ଆମେରିକା । ବତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଇରାନର ଆମେରିକା ବିରୋଧୀ ଉତ୍ତେଜନା ସମ୍ପର୍କରେ ୱାଶିଂଟନ୍ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଙ୍କୁ ଚେତାବନୀ ଦେଇଛି ।
ଯଦିଓ ବର୍ଷ ବର୍ଷ ଧରି ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ରହିଆସିଛି, ଗତ ସପ୍ତାହରେ ଏହି ଶତ୍ରୁତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ନିକଟରେ ଆମେରିକା ଦାବି କରିଥିଲା ଯେ, ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆମାନେ ଆମେରିକାର ଠିକଣା ଉପରେ ୧୬ଟି ଡ୍ରୋନ୍ ଏବଂ ରକେଟ ଆକ୍ରମଣ କରିଥିଲା । ଯେଉଁଥିରେ ଆମେରିକାର ୨୧ ଜଣ ଯବାନ ଆହତ ହୋଇଥିଲେ ।

ଆମେରିକାର ଚେତାବନୀ ଦୁଇଟି ଭାଗରେ ଆସିଛି। ଅକ୍ଟୋବର ୨୫ରେ, ଜୋ ବାଇଡେନ୍ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ଏକ ନୋଟ୍ ପଠାଇଥିଲେ, ଯାହା ପରେ ସେ ଏହାକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ କରିଥିଲେ। ଏହି ନୋଟରେ ଜୋ ବାଇଡେନ ଲେଖିଛନ୍ତି, ଆୟତୋଲ୍ଲାଙ୍କୁ ମୋର ଚେତାବନୀ, ଯଦି ସେମାନେ ସୈନ୍ୟଙ୍କ ବିରୁଦ୍ଧରେ ଯିବାକୁ ଚେଷ୍ଟା କରନ୍ତି, ତେବେ ଆମେ ଜବାବ ଦେବୁ ଏବଂ ସେମାନେ ପ୍ରସ୍ତୁତ ହେବା ଉଚିତ୍।
ହେଲେ ଗୁରୁବାର ଦିନ ପୁଣି ମିଲିସିଆ ଆମେରିକାର କିଛି ଠିକଣା ଉପରେ ଗୁଳି ଚଳାଇଥିଲା। ପରେ ସେହି ଦିନ ରାତିରେ ଆମେରିକାର F-16 ଯୁଦ୍ଧ ବିମାନ ଇରାକର ସୀମା ନିକଟ ଉତ୍ତର-ପୂର୍ବ ସିରିଆରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏବଂ ମିଲିସିଆ ଦ୍ୱାରା ବ୍ୟବହୃତ ଏକ ଅସ୍ତ୍ରଶସ୍ତ୍ର ଡିପୋ ଏବଂ ଗୁଳିଗୋଳା ସାମଗ୍ରୀ ଉପରେ ଆକ୍ରମଣ କରିଥିଲା। ଆମେରିକାର ଏହି ଚେତାବନୀ ସ୍ପଷ୍ଟ ଏବଂ ବିପଜ୍ଜନକ, କିନ୍ତୁ ଇରାନ ଆମେରିକାର ଚେତାବନୀକୁ ଗମ୍ଭୀରତାର ସହ ଗ୍ରହଣ କରିବ କି ନାହିଁ ତାହା ଦେଖିବା ବାକି ରହିଲା । ଇରାନ ସମର୍ଥିତ ମିଲିସିଆମାନେ ଇରାକ ଏବଂ ସିରିଆରେ ଥିବା ଆମେରିକା ସ୍ଥାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି ।












Click it and Unblock the Notifications