ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ପରେ ଯୁଦ୍ଧକୁ ଓହ୍ଲାଇଲା ଆମେରିକା
ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏପଟେ ଆମେରିକା ମଧ୍ୟ ଯୁଦ୍ଧ ଆରମ୍ଭ କରିଦେଇଛି । ସେ ଇରାନଠୁ ପ୍ରତିଶୋଧ ନେବା ଆରମ୍ଭ କରିଛି । ଏକ ସମ୍ଭାବନା ଅଛି ଯେ ଏହି ଯୁଦ୍ଧ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଣି ହୋଇପାରେ । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଶୁକ୍ରବାର ଦିନ ଇରାକ ଏବଂ ସିରିଆର ଆତଙ୍କବାଦୀ ଗୋଷ୍ଠୀକୁ ଦୃଢ଼ ଚେତାବନୀ ଦେଇଛନ୍ତି ।
ଏହି ଗୋଷ୍ଠୀଗୁଡିକ ଆମେରିକା ସେନା ଉପରେ ଆକ୍ରମଣ କରୁଥିବାର କହିଥିଲେ ଆମେରିକା ରାଷ୍ଟ୍ରପତି । ଆଉ ଏହି ସବୁ ଭିତରେ ନିଜ ସେନା ଉପରେ ଆକ୍ରମଣ ପରେ ରକ୍ତମୁଖା ହୋଇ ଉଠିଛି ଆମେରିକା । ସିରିଆ ଓ ଇରାକ ସମର୍ôଥତ ଆତଙ୍କୀ ସଗଂଠନ ମିଲିସିଆ ଏବଂ ଇରାନୀ ରିଭିଲ୍ୟୁସନାରୀ ଗାର୍ଡର ଉପରେ ଅତର୍କିତ ଆକ୍ରମଣ କରିଛି ଆମେରିକା ସେନା । ସୂଚନା ଅନୁସାରେ ୮୫ ଟି ଠିକଣା ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରି କଡ଼ା ଜବାବ ଦିଆଯାଇଛି ।

ବିବୃତି ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା କୌଣସି ପ୍ରକାର ସଂଘର୍ଷ ଚାହେଁନି । କିନ୍ତୁ ଦେଶ ଉପରେ ଯିଏ କ୍ରୁର ଦୃଷ୍ଟି ପକାଏ ତାକୁ କଡ଼ା ଜବାବ ଦେଇ ଜାଣେ । ଗତ ସପ୍ତାହରେ ଇରାନ ସମର୍ôଥତ ଇସଲାମିକ ରିଭିଲ୍ୟୁସନାରୀି ଗାର୍ଡସ ଫୋର୍ସର ଡ୍ରୋନ ଆକ୍ରମଣରେ ୩ଜଣ ଆମେରିକା ସୈନିକଙ୍କ ମୃତ୍ୟୁ ହୋଇଥିଲା ।












Click it and Unblock the Notifications