ବାଂଲାଦେଶକୁ ପାନେ ଦେଲା ଆମେରିକା, ସମସ୍ତ ସହାୟତା କଲା ବନ୍ଦ

ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି (ୟୁଏସ୍ଏଆଇଡି) ବାଂଲାଦେଶରେ ଏହାର ସମସ୍ତ ସହାୟତା ଓ ପ୍ରକଳ୍ପକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ୟୁନୁସ ସରକାର ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି।

Bangladesh

ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ବଡ଼ ପଦକ୍ଷେପ, ଯାହା ବାଂଲାଦେଶକୁ ବିକାଶ ସହାୟତା ବନ୍ଦ କରିବ। ୟୁଏସ୍ଏଆଇଡି ଏହାର ନିଷ୍ପତ୍ତିରେ ସମସ୍ତ ପ୍ରକାର କାର୍ଯ୍ୟାଦେଶ, ଚୁକ୍ତି ଏବଂ କ୍ରୟ ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅର୍ଥନୈତିକ ପୁନରୁଦ୍ଧାର ଭଳି କ୍ଷେତ୍ରରେ ୟୁଏସଏଆଇଡି ବାଂଲାଦେଶକୁ ବ୍ୟାପକ ସାହାଯ୍ୟ କରୁଛି । ଏହି ନିଷ୍ପତ୍ତି ସେଠାରେ ଚାଲିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବାଧାପ୍ରାପ୍ତ କରିପାରେ।

ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ବଡ଼ ପଦକ୍ଷେପ, ଯାହା ବାଂଲାଦେଶକୁ ବିକାଶ ସହାୟତା ବନ୍ଦ କରିବ। ୟୁଏସ୍ଏଆଇଡି ଏହାର ନିଷ୍ପତ୍ତିରେ ସମସ୍ତ ପ୍ରକାର କାର୍ଯ୍ୟାଦେଶ, ଚୁକ୍ତି ଏବଂ କ୍ରୟ ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ହୋଇଥିବା କାର୍ଯ୍ୟନିର୍ବାହୀ ଆଦେଶକୁ ଉଲ୍ଲେଖ କରି ୟୁଏସଏଆଇଡି ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ ଏହି ଚିଠି ସମସ୍ତ ୟୁଏସଏଆଇଡି/ବାଂଲାଦେଶ କାର୍ଯ୍ୟକାରୀ ସହଯୋଗୀମାନଙ୍କୁ ଆପଣଙ୍କ ୟୁଏସଏଆଇଡି/ବାଂଲାଦେଶ ଚୁକ୍ତି, କାର୍ଯ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି କିମ୍ବା ଅନ୍ୟାନ୍ୟ ସହାୟତା କିମ୍ବା ଅଧିଗ୍ରହଣ ଉପକରଣ ଅନୁଯାୟୀ କୌଣସି କାର୍ଯ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+