ବାଂଲାଦେଶରେ ହିନ୍ଦୁ ଅତ୍ୟାଚାର ଦୁଃଖ ପ୍ରକାଶ କଲା ଆମେରିକା; ଆସୁଥିବା ରିପୋର୍ଟ ଅତ୍ୟନ୍ତ ଚିନ୍ତା ଜନକ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାରେ ଆମେରିକା ଏକ ବୟାନ ଜାରି କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍ କହିଛନ୍ତି, ଆମେରିକା ବାଂଲାଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଦେଖିବାକୁ ଚାହୁଛି।

Bangladesh Hindu

ସେଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମାନବିକ ଅଧିକାର ସୁରକ୍ଷିତ ରହିବା ଦରକାର। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମଧ୍ୟପ୍ରଦେଶର ଇନ୍ଦୋରରେ କହିଛନ୍ତି, ବର୍ତ୍ତମାନ ବାଂଲାଦେଶରୁ ଆସୁଥିବା ରିପୋର୍ଟ ଚିନ୍ତାଜନକ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଆମେ ଆଶା କରୁଛୁ ଯେ ବାଂଲାଦେଶର ଲୋକମାନେ ଧର୍ମ ନିର୍ବିଶେଷରେ ସୁରକ୍ଷିତ ଜୀବନ ଯାପନ କରିବାକୁ ସକ୍ଷମ ହେବେ। ମାର୍ଗାରେଟ୍ ମ୍ୟାକ୍‌ଲାଉଡ୍‌ ଜଣେ ଆମେରିକୀୟ କୂଟନୀତିଜ୍ଞ ଏବଂ ଆମେରିକୀୟ ବୈଦେଶିକ ବିଭାଗର ବରିଷ୍ଠ ମୁଖପାତ୍ର ଅଟନ୍ତି।

ମାର୍ଗାରେଟ୍‌ ହିନ୍ଦୀ ସହିତ ଉର୍ଦ୍ଦୁ ଓ ଗୁଜରାଟୀ ମଧ୍ୟ କହନ୍ତି। ସୂଚନାଯୋଗ୍ୟ, ଇସ୍କନ ଧାମ ସଭାପତି ଚିନ୍ମୟକୃଷ୍ଣ ପ୍ରଭୁ ଗିରଫ ହେବା ପରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହି ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସଂପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନରତ ହିନ୍ଦୁଙ୍କ ଉପରେ ଇସ୍‌ଲାମିକ କଠୋରପନ୍ଥୀଙ୍କ ସଂଘବଦ୍ଧ ଆକ୍ରମଣ ଯୋଗୁଁ ୫୦ ଜଣ ହିନ୍ଦୁ ଆହତ ହୋଇଥିଲେ। ଚିନ୍ମୟ ପ୍ରଭୁ ଗିରଫ ହେବା ପରେ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସମାବେଶ କରୁଛନ୍ତି। ତେବେ ମୌଳବାଦୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ ହିନ୍ଦୁ ସମାବେଶ ଉପରେ ଆକ୍ରମଣ କରୁଥିବା ନେଇ ଲଗାତାର ରିପୋର୍ଟ ଆସୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+