Get Updates
Get notified of breaking news, exclusive insights, and must-see stories!

ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା

ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରୁଷକୁ କଡ଼ା ଚେତାବନୀ ଦେଇଛି। ଇରାନ ସଂଘର୍ଷରେ ହସ୍ତକ୍ଷେପ ନକରିବାକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥ୍ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ୍ ଆଲୋଚନା ହୋଇଥିଲା। ଏହା ପରେ ଆମେରିକା ସୂଚାଇ ଦେଇଛି , ଇରାନର ପକ୍ଷ ନେବାରୁ ରୁଷ ଦୂରେଇ ରହିବା ଉଚିତ।
ହେଗସେଥ୍ ପେଣ୍ଟାଗନର ଏକ ପ୍ରେସ ବ୍ରିଫିଂରେ କହିଛନ୍ତି, ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସ୍ପଷ୍ଟ ଥିଲା।ରୁଷ-ୟୁକ୍ରେନ ଯୁଦ୍ଧ ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ତ୍ତମାନର ସଂଘର୍ଷ ବୃଦ୍ଧିକୁ ରୋକିବାକୁ ଆମେରିକା ଚାହୁଁଥିବାବେଳେ ରୁଷ ଏଥିରେ ସାମିଲ ହେବା ଉଚିତ୍ ନୁହେଁ ବୋଲି ୱାସିଂଟନ କହିଛି।

America

ରୁଷ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ୟୁରି ଉଶାକୋଭଙ୍କ ଅନୁଯାୟୀ, ଦୁଇ ନେତା ମାର୍ଚ୍ଚ ୯ ତାରିଖରେ ଫୋନ୍ ଯୋଗେ କଥା ହୋଇଥିଲେ। ଇରାନକୁ ଘେରି ରହିଥିବା ବିବାଦ ଉପରେ ଆଲୋଚନା ହୋଇଥିଲା। ପୁଟିନ କହିଥିଲେ, ରାଜନୈତିକ ଏବଂ କୂଟନୈତିକ ଉପାୟରେ ଏହି ସଙ୍କଟର ସମାଧାନ କରାଯିବା ଉଚିତ। ଏହି ସମୟରେ ଟ୍ରମ୍ପ ଇସ୍ରାଏଲୀ ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ନିଜର ମତାମତ ପ୍ରକାଶ କରି ଯୁଦ୍ଧ ପୂର୍ବର ପରିସ୍ଥିତି ସମ୍ପର୍କରେ ସୂଚିତ କରିଥି‌ଲେ।

ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥ୍ ଇରାନର ନୂତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନିଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ। ଯଦି ଇରାନ ଏପରି କରେ, ତେବେ ପରିସ୍ଥିତି ଆହୁରି ବିପଜ୍ଜନକ ହୋଇପାରେ। ଇରାନର ପରମାଣୁ କାର୍ଯ୍ୟକ୍ରମ ବିଷୟରେ ସତର୍କ ରହିଛି ବୋଲି ଆମେରିକା କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+