ଟ୍ରମ୍ପଙ୍କ ସହ,ଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା, ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ
ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା । ଟର୍ଣ୍ଣିଂ ପଏଣ୍ଟ USA ର ପ୍ରତିଷ୍ଠାତା ହେଉଛନ୍ତି ୩୧ ବର୍ଷୀୟ ଚାର୍ଲି କିର୍କ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତା ଭାଲି ବିଶ୍ବ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏକ ଧଳା ରଙ୍ଗର ଟେଣ୍ଟ ତଳେ ଭାଷଣ ଦେବା ବେଳେ ତାଙ୍କ ଦେହରେ ବାଜିଥିଲା ଗୁଳି । ପାଖରେ ଥିବା ଏକ ବିଲ୍ଡିଂରୁ ଗୁଳି ଶବ୍ଦ ଶୁଣାଯାଇଥିଲା ।

ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ । ଆକ୍ରମଣକାରୀକୁ ଧରିବା ପାଇଁ ଆମେରିକା ପୋଲିସ ଛାନବିନ ଚଳାଇଛି । ଜଣେ ସଂଦିଗ୍ଧକୁ ଅଟକ ରଖାଯାଇଛି । ଏଥିର ଟ୍ରମ୍ପ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ସମସ୍ତଙ୍କର ପ୍ରିୟ ଏବଂ ପ୍ରଶଂସାର ପାତ୍ର ଥିଲେ ବୋଲି କହିଛନ୍ତି ଟ୍ରମ୍ପ ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, "ମହାନ, ଏପରିକି ସର୍ବଶ୍ରେଷ୍ଠ ଚାର୍ଲି କିର୍କ ଆଉ ନାହାନ୍ତି। ଆମେରିକାର ଯୁବପିଢ଼ିଙ୍କୁ ଚାର୍ଲିଙ୍କ ଅପେକ୍ଷା ଭଲ ଭାବରେ କେହି ବୁଝି ନଥିଲେ, କିମ୍ବା ତାଙ୍କ ପରି କାହାର ହୃଦୟ ନଥିଲା। ସେ ସମସ୍ତଙ୍କ ଦ୍ୱାରା ଭଲ ପାଉଥିଲେ ଏବଂ ପ୍ରଶଂସିତ ହେଉଥିଲେ, ବିଶେଷକରି ମୁଁ। ଏବେ ସେ ଆଉ ଆମ ମଧ୍ୟରେ ନାହାନ୍ତି। ମେଲାନିଆ ଏବଂ ମୋର ସମବେଦନା ତାଙ୍କ ସୁନ୍ଦର ପତ୍ନୀ ଏରିକା ଏବଂ ତାଙ୍କ ପରିବାର ସହିତ। ଚାର୍ଲି, ଆମେ ତୁମକୁ ଭଲ ପାଉ!" ଏହା ସହିତ, ସେ କହିଛନ୍ତି ଯେ ଚାର୍ଲିଙ୍କ ସମ୍ମାନାର୍ଥେ, ମୁଁ ରବିବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସାରା ଆମେରିକାରେ ସମସ୍ତ ପତାକା ଅର୍ଦ୍ଧ-ନମିତ ରଖିବାକୁ ନିର୍ଦ୍ଦେଶ ଦେଇଛି।












Click it and Unblock the Notifications