Get Updates
Get notified of breaking news, exclusive insights, and must-see stories!

ମୁଁ ଖୁବଶୀଘ୍ର ଦେଶକୁ ଫେରୁଛି: ଶେଖ ହସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଭଗବାନ କିଛି ଭଲ କାମ ପାଇଁ ମତେ ଜୀବିତ ରଖିଛନ୍ତି। ଏକ ଦିନ ନିଶ୍ଚିତ ଭାବରେ ଆସିବ ଯେତେବେଳେ ଆୱାମୀ ଲିଗ୍ ନେତାମାନଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ନ୍ୟାୟର ସମ୍ମୁଖୀନ ହେବାକୁ ପଡିବ। ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଦଳର ନେତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ସମୟରେ ଏହା କହିଛନ୍ତି। ଗତ ବର୍ଷ ଅଗଷ୍ଟ ମାସ ୫ ତାରିଖରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିବା ବେଳେ ଶେଖ ହସିନା ଭାରତ ପଳାଇ ଆସିଥିଲେ।

ହସିନା ୟୁନୁସଙ୍କୁ ଚୋର ଏବଂ ବାଂଲାଦେଶ ସରକାରଙ୍କୁ ଆତଙ୍କବାଦୀଙ୍କ ସରକାର ବୋଲି କହିଛନ୍ତି। ହସିନା ଶୀଘ୍ର ବାଂଲାଦେଶ ଫେରିବା ବିଷୟରେ ମଧ୍ୟ ଖୋଲାଖୋଲି କହି ୟୁନୁସଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆରେ ଆୱାମୀ ଲିଗ କର୍ମୀଙ୍କ ସହ କଥାବାର୍ତ୍ତା କରି ହସିନା କହିଛନ୍ତି ଯେ ମୁଁ ମରିନାହିଁ, ଯାହାର ଅର୍ଥ ହେଉଛି ମୁଁ ପୁଣି ବାଂଲାଦେଶ ଫେରିବି। ଆଲ୍ଲାହ ଲୋକମାନଙ୍କୁ ବାର୍ତ୍ତା ଦେଇଛନ୍ତି। ଫେରିବା ପରେ, ମୁଁ ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଏହାର ଲୋକମାନଙ୍କୁ କୋର୍ଟକୁ ଟାଣିବି।

Sheikh Hasina

ହସିନା ଆହୁରି କହିଛନ୍ତି, ମୋ କାର୍ଯ୍ୟକାଳ ମଧ୍ୟରେ ବାଂଲାଦେଶ ବହୁତ ବିକାଶ କରିଛି। ଲୋକମାନେ ଏହାକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଦେଖୁଥିଲେ, କିନ୍ତୁ ୟୁନୁସ ଏବଂ ତାଙ୍କ ଲୋକମାନେ ଏହାକୁ ଆତଙ୍କବାଦୀଙ୍କ ଦେଶ କରିଦେଇଛନ୍ତି। ସେଠାରେ ପ୍ରତିଦିନ ହତ୍ୟାକାଣ୍ଡ ଘଟୁଛି, କିନ୍ତୁ ସରକାର ଏଥିପ୍ରତି ଚିନ୍ତା କରୁନାହାଁନ୍ତି। ବାଂଲାଦେଶରେ ସାମ୍ବାଦିକ ଏବଂ ଓକିଲମାନଙ୍କୁ କହିବାକୁ ନିଷେଧ କରାଯାଇଛି। ଏପରି ଲୋକଙ୍କ ବରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ୟୁନୁସଙ୍କୁ ସରକାରୀ ଟଙ୍କା ବ୍ୟବହାର କରି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବାର ଅଭିଯୋଗ କରିଥିଲେ।

ଆୱାମୀ ଲିଗ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ, ହସିନା କହିଥିଲେ - ମୁଁ ଜୀବିତ ଅଛି ଏବଂ ମୁଁ ଶୀଘ୍ର ବାଂଲାଦେଶ ଆସିବି। ଦୟାକରି ସମସ୍ତେ ଧର୍ଯ୍ୟ ରଖନ୍ତୁ। ଆପଣ ନ୍ୟାୟ ପାଇବେ। ଆପଣଙ୍କୁ ଯିଏ ମାରିବାକୁ ଆସୁଛି, ତାକୁ ଖୋଜାଖୋଜି କରି ଏଠାକୁ ଅଣାଯିବ। ଆଲ୍ଲାଙ୍କ ଘରେ ବିଳମ୍ବ ଅଛି, କିନ୍ତୁ କୌଣସି ଅନ୍ୟାୟ ନାହିଁ। ଏହି ସମୟରେ, ସେ ଆୱାମୀ ଲିଗ କର୍ମୀଙ୍କଠାରୁ ବାଂଲାଦେଶ ବିଷୟରେ ମଧ୍ୟ ସୂଚନା ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+