ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ୪ ଭାରତୀୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହୋଇଥିବା ୪ଜଣ ଭାରତୀୟଙ୍କୁ ମିଳିଛି ଆଶ୍ୱସ୍ତି। କାନାଡାର ଏକ କୋର୍ଟ ଏହି ୪ଜଣ ଭାରତୀୟଙ୍କୁ ଜାମିନ ମଂଜୁର କରିଛନ୍ତି। ମେ' ୨୦୨୪ରେ ଏ ସମସ୍ତଙ୍କୁ ଗିରଫ କରିଥିଲା ରୟାଲ୍ କାନାଡିଆନ ମାଉଣ୍ଟେଡ୍ ପୁଲିସ(RCMP)।
କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ଜଣ ଭାରତୀୟ ହେଉଛନ୍ତି କରନ ବ୍ରାର, ଅମନଦୀପ ସିଂହ, କମଲପ୍ରୀତ ସିଂହ ଓ କରନପ୍ରୀତ ସିଂହ। ଏ ସମସ୍ତଙ୍କ ବିରୋଧରେ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ଭଳି ସଂଗୀନ ମାମଲା ରୁଜୁ କରିଥିଲା କାନାଡା ପୁଲିସ।
ତେବେ ଏମାନଙ୍କୁ ଜାମିନ ମଂଜୁର କରିବା ପରେ ମାମଲାର ଶୁଣାଣି ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୧ରେ ହେବ।୧୮ ଜୁନ ୨୦୨୩ରେ, ଖଲିସ୍ତାନି ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କୁ ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରର ପାର୍କିଂ ସ୍ଥାନରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ କରଣ ବରାଡ, କମଲପ୍ରୀତ ସିଂ, କରଣପ୍ରୀତ ସିଂହ ଏବଂ ଅମନଦୀପ ସିଂହଙ୍କୁ ଅଭିଯୁକ୍ତ କରାଯାଇଥିଲା।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହତ୍ୟାକାଣ୍ଡରେ ଭାରତକୁ ସମ୍ପୃକ୍ତି ଥିବା ଅଭିଯୋଗ କରିବା ପରେ ଭାରତ-କାନାଡା ସମ୍ପର୍କରେ ଏକ ବଡ଼ ବିବାଦ ସୃଷ୍ଟି କରିଥିଲା। ଭାରତ ଏହି ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା ଏବଂ କାନାଡା ଦ୍ୱାରା ଏ ସମ୍ପର୍କରେ କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନ ଥିଲା। ଏହି ମାମଲାରେ ଚାରି ଅଭିଯୁକ୍ତଙ୍କ ମୁକ୍ତି ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ସମସ୍ୟାକୁ ଆହୁରି ବଢ଼ାଇପାରେ।












Click it and Unblock the Notifications