ଆଇଡିଏଫ୍ ଆକ୍ରମଣରେ ଇରାନର ସେନା ମୁଖ୍ୟ ଅଲ୍ଲୀ ଶାଦମାମୀ ନିହତ

ଇସ୍ରାଏଲ-ଇରାନ୍ ଯୁଦ୍ଧ ଭିତରେ ବଡ ଖୁଲାସା। ବରିଷ୍ଠ ଇରାନୀ କମାଣ୍ଡର ଅଲି ଶାଦମାନୀଙ୍କୁ ହତ୍ୟା। ମଙ୍ଗଳବାର ଏନେଇ ଦାବି କରିଛି ଇସ୍ରାଏଲୀ ସେନା (IDF) । ସେନା ଦାବି କରିଛି ଯେ ଏହା ଇରାନ ତାଙ୍କୁ ଯୁଦ୍ଧ ସମୟରେ ସେନାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲା।ଇସ୍ରାଏଲ 'ଅପରେସନ୍ ରାଇଜିଂ ଲାୟନ୍' ଅଧୀନରେ ଇରାନର ମେଜର ଜେନେରାଲ ଗୁଲାମ ଅଲି ରସିଦଙ୍କୁ ହତ୍ୟା କରିଥିବା ଦାବି କରିଥିଲା। ଇରାନର ସମାଚାର ଏଜେନ୍ସି ତସନିମ୍ ଅନୁଯାୟୀ, ରସିଦଙ୍କ ମୃତ୍ୟୁ ପରେ ଅଲି ଶାଦମାନୀଙ୍କୁ ନୂତନ ସାମରିକ କମାଣ୍ଡର କରାଯାଇଥିଲା। ତାଙ୍କୁ 'ଖାତାମ୍ ଅଲ୍-ଅନ୍ବିୟା କେନ୍ଦ୍ରୀୟ ମୁଖ୍ୟାଳୟ'ର କମାଣ୍ଡ ଦାୟିତ୍ୱ ଦିଆଯାଇଥିଲା ।

IDF ଅନୁଯାୟୀ, ଶାଦମାନୀ ଇରାନୀ ସଶସ୍ତ୍ର ବାହିନୀର ଜରୁରୀକାଳୀନ କମାଣ୍ଡ ଓ ଖାତାମ ଅଲ-ଆନବିୟା ମୁଖ୍ୟାଳୟର କମାଣ୍ଡର ଥିଲେ । ଏହା ପୂର୍ବରୁ ଇସ୍ରାଏଲ ହମଲାରେ ଇରାନ ସେନା ମୁଖ୍ୟ ଏବଂ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ହୁସେନ ସଲାମୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମହମ୍ମଦ ବାଘେରିଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ୨୦୦ ଫାଇଟର ଜେଟ୍ ଆକ୍ରମଣ ରେ ଇରାନ ସେନା ମୁଖ୍ୟ, ରିଭୋଲ୍ୟୁସନାର ଗାର୍ଡ କମାଣ୍ଡର ଓ ଏମର୍ଜେନସୀ କମାଣ୍ଡର ମୁଖ୍ୟ ନିହତ ହୋଇଥିବା କହିଥିଲା ଆଇଡିଏଫ୍ ।

iran army chief

ସେପଟେ ତେହରାନବାସୀ ସହର ଛାଡ଼ି ଚାଲିଯାଉଛନ୍ତି । ଲୋକେ ଭୟଭୀତ ହୋଇ ସହର ଛାଡ଼ୁଥିବା ଦେଖିବାକୁ ମିଳିଛି । ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି ଲୋକ । ଭାରତ ନାଗରିକମାନଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରିଛି । ଭାରତ ଏହାର ନାଗରିକମାନଙ୍କୁ ତୁରନ୍ତ ତେହେରାନ ଛାଡିବାକୁ କହିଛି । ତେହେରାନରୁ ବାହାରକୁ ଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+