ସିରିଆ ବିଦ୍ରୋହୀଙ୍କ ଆଲେପ୍ପୋ ସହର ଉପରେ ଆକ୍ରମଣ , ୧୨ ମୃତ
ନୂଆଦିଲ୍ଲୀ: ସିରିଆର ବୃହତ୍ତମ ସହର ଆଲେପ୍ପୋ ଉପରେ ଏୟାର ଷ୍ଟ୍ରାଇକ। ସେନା ଓ ବିଦ୍ରୋହୀଙ୍କ ଛକାପଞ୍ଝା ମଧ୍ୟରେ ଅତର୍କିତ ଆକ୍ରମଣ କରିଥିଲେ ବିଦ୍ରୋହୀ ଗୋଷ୍ଠୀ । ୨୦୧୬ ପରଠାରୁ ପ୍ରଥମଥର ପାଇଁ ବିଦ୍ରୋହୀମାନେ ଏଭଳି ବଡ଼ ଧରଣର ହମଲା କରିଛନ୍ତି। ଆକ୍ରମଣ ପରେ ସହରର ଲୋକେ ଭୟଭୀତ ହୋଇପଡ଼ିଥିଲେ।
ଏକ ଭିଡିଓ ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ବିଦ୍ରୋହୀ ଲଢୁଆମାନେ ସହରର ଏକ ବିଶାଳ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ବିଦ୍ରୋହୀ ଯୋଦ୍ଧାମାନେ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପଇଁତରା ମାରୁଛନ୍ତି ଓ ସଶସ୍ତ୍ର ଲୋକମାନେ ବିରୋଧୀ ପତାକା ଉତ୍ତୋଳନ କରିବା ସହ ଆରବୀ ଭାଷାରେ "ଭଗବାନ ମହାନ" ବୋଲି ସ୍ଲୋଗାନ ଦେଉଛନ୍ତି। ସୂଚନା ଅନୁଯାୟୀ, ସହରର ଉତ୍ତର-ପୂର୍ବ ଭାଗର କିଛି ଅଞ୍ଚଳ ସରକାରୀ ବାହିନୀ ଏବଂ ଇରାନୀ ମିଲିସିଆ ସହଯୋଗୀଙ୍କ ନିୟନ୍ତ୍ରଣରେ ରହିଛି। ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଲେପ୍ପୋ ଆକ୍ରମଣରେ ଡଜନାଧିକ ସୈନିକ ନିହତ ହୋଇଛନ୍ତି। ତେବେ ବିଦ୍ରୋହୀମାନେ ସିରିଆ ସେନାର ସାମାନ୍ୟ ପ୍ରତିରୋଧର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଜବାବରେ ରୁଷୀୟ ବାୟୁସେନା ଶୁକ୍ରବାର ଆଲେପ୍ପୋ ଏବଂ ଇଦ୍ଲିବ ପ୍ରଦେଶରେ ସିରିଆର ସଶସ୍ତ୍ର ବିରୋଧୀ ବାହିନୀ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଛି।

ମନିଟରିଂ ସଂଗଠନ ତଥା ସ୍ଥାନୀୟ ସୂତ୍ର ଅନୁଯାୟୀ ସିରିଆର ବିଦ୍ରୋହୀ ଅଧୀନରେ ଥିବା ସରକାରୀ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ବିସ୍ଫୋରଣରେ ଅତି କମରେ ୨୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅସ୍ତ୍ରବିରତି ଚୁକ୍ତି ସତ୍ୱେ ଏତେ ବଡ଼ ହିଂସା ଘଟିଛି। ସ୍ଥାନୀୟ ନାଗରିକ ପ୍ରତିରକ୍ଷା କର୍ମଚାରୀଙ୍କ ଅନୁଯାୟୀ ଆଲେପ୍ପୋରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।












Click it and Unblock the Notifications