ପୁଣି ଆମେରିକାକୁ ଖୋଲା ଧମକ ଦେଲା ଅଲକାଏଦା, ଚିନ୍ତାରେ ଟ୍ରମ୍ପ !

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା । ଯେଉଁଠି ଦେଖୁଛ, ସେଠି ହତ୍ୟା କର । କିଛି ଏପରି ଧମକ ଦେଇଛନ୍ତି ଅଲକାଏଦା ନେତା ସାଦ୍‍ ବିନ୍‍ ଆତିଫ୍‍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ମଧ୍ୟ ତାଙ୍କ ଟାର୍ଗେଟରେ ରହିଛନ୍ତି । ଏକ ଭିଡ଼ିଓ ଜରିଆରେ ହତ୍ୟା କରିବାକୁ ଧମକ ଦେଇଛନ୍ତି ଆତିଫ୍‍ । ସାଦ୍‍ ବିନ୍‍ ଆତିଫ୍‍ ଅଲକାଏଦାର ଜଣେ ବରିଷ୍ଠ କମାଣ୍ଡର । ସେ ତାଙ୍କର ସଦସ୍ୟ ଏବଂ ଆମେରିକୀୟ ମୁସଲମାନ ମାନଙ୍କୁ ଏହି ତିନି ଜଣ ହାଇପ୍ରୋଫାଇଲ୍‍ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଛନ୍ତି । ଆମେରିକାରେ ଦୀର୍ଘ ସମୟ ଧରି ନିରବ ରହିଥିବା ଭୟଙ୍କର ଆତଙ୍କବାଦୀ ସଂଗଠନ ଅଳକାଏଦା ଏବେ ଏକ ଧମକ ପୂର୍ଣ୍ଣ ଭିଡ଼ିଓ ଜାରି କରିଛି ।

Trump

ଭିଡ଼ିଓରେ ସାଦ୍‍ ବିନ୍‍ ଆତିଫ୍‍ ଖୋଲାଖୋଲି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଅଲକାଏଦାର ଏହି କମାଣ୍ଡର ଭିଡ଼ିଓରେ ଆମେରିକୀୟ ମୁସଲମାନ ଏବଂ ତାଙ୍କ ସହଯୋଗୀମାନଙ୍କୁ କହୁଛନ୍ତି ଯେ ଯେଉଁଠାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଏଲନ ମସ୍କ ଦେଖାଯାଉଛନ୍ତି, ସେମାନଙ୍କୁ ହତ୍ୟା କରିବା ଉଚିତ । ଆମେରିକାରେ ମୁସଲମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଯଦି ସେମାନେ ନିଜର ଅସଲ ରୂପକୁ ପଳାଇ ଆସିବେ ତେବେ ଏହି ତିନି ଜଣ ବଞ୍ଚି ପାରିବେ ନାହିଁ । ଏହାସହିତ ଅନ୍ୟ ଦେଶର ମୁସଲମାନ ମାନଙ୍କୁ ଏହି ଯୁଦ୍ଧରେ ସାମିଲ ହେବାକୁ ମଧ୍ୟ କହିଛନ୍ତି । ପାଲେଷ୍ଟାଇନୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଜିହାଦ କରିବା ଯଥାର୍ଥ ।
ଅଲକାଏଦାର ଏହେି ଆତଙ୍କବାଦୀ କମାଣ୍ଡରଙ୍କ ପୁରା ନାମ ହେଲା ସାଦ୍‍ ମହମ୍ମଦ ଆତିଫ୍‍ ଓରଫ ସାଦ୍‍ ବିନ୍‍ ଆତିଫ୍‍ ଅଲ-ଅୱଲାକି । ୨୦୨୪ରୁ ସେ ଅଲକାଏଦାର କମାଣ୍ଡର ଭାବେ ଦାୟିତ୍ୱରେ ରହିଛି । ଆମେରିକା ତାଙ୍କୁ ମୁଣ୍ଡ ଉପରେ ୬୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ମଧ୍ୟ କରିଛି । ଏହି କମାଣ୍ଡରଙ୍କ ନେତୃତ୍ୱରେ ଆମେରିକାରେ ଏକ ବଡ ଆକ୍ରମଣର ଯୋଜନା କରୁଛି ଅଲକାଏଦା । ଏହି ଧମକକୁ ଗମ୍ଭୀରତାର ସହ ନେଇ ଆମେରିକା ଗୃହ ବିଭାଗ ହାଇ ଆଲର୍ଟରେ ରହିଛି । ଏଫବିଆଇ, ସିଆଇଏ ଏବଂ ଗୃହ ବିଭାଗ ହାଇ ଆଲର୍ଟରେ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+