ଗାଜାରେ ଏୟାରଷ୍ଟ୍ରାଇକ୍: ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Airstrike in Gaza: ଗାଜାରେ ହମାସର ଆଡ୍ଡା ଉପରେ ବିମାନ ଆକ୍ରମଣ କରାଯାଇଛି ଯେଉଁଥିରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ମଙ୍ଗଳବାର ଦିନ ଇସ୍ରାଏଲୀ ସେନା ଦାରାରେ ଏପରି ସ୍ଥାନଗୁଡ଼ିକରେ ଚଢାଉ କରାଯାଇଥିଲା ​​ଯେଉଁଠାରେ ପଦଚ୍ୟୁତ ସିରିଆ ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କ ବାହିନୀର ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ନେଇ ସୂଚନା ରହିଥିଲା ।

ମାର୍ଚ୍ଚ ୧୭ ତାରିଖରେ ଇସ୍ରାଏଲ ଗାଜା, ଲେବାନନ ଏବଂ ସିରିଆ ଉପରେ ବିମାନ ଆକ୍ରମଣ କରିଥିଲା। ହସ୍ପିଟାଲ ତଥ୍ୟ ଅନୁଯାୟୀ, ଗାଜାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ୬୯ ପାଲେଷ୍ଟାଇନୀଙ୍କ ସମେତ ୨୦୦ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ୧୭ ଏବଂ ୧୮ ମାର୍ଚ୍ଚ ରାତିରେ ଇସ୍ରାଏଲୀ ସେନା ଡେରା ଏବଂ ଡାମାସ୍କସ୍‌ରେ ବିମାନ ଆକ୍ରମଣ କରିଥିଲା । ସେହିପରି ଜାନୁଆରୀ ୧୯ ରେ ଅସ୍ତ୍ରବିରତି ଆରମ୍ଭ ହୋଇଥିଲା ।

Airstrike in Gaza

ଦକ୍ଷିଣ ସିରିଆରୁ ସାମରିକ ବିପଦକୁ ଦୂର କରିବା ପାଇଁ ଇସ୍ରାଏଲୀ ସେନା ବିମାନ ଆକ୍ରମଣ ଆରମ୍ଭ କରିଥିଲା। ଏଥିରେ ସମାନ ଅଞ୍ଚଳରେ ସାମରିକ ସମ୍ପତ୍ତିକୁ ଟାର୍ଗେଟ କରି ପୂର୍ବ ଅପରେସନ୍ କରାଯାଇଥ। ଗାଜାରେ ହମାସ ଠିକଣା ଉପରେ ଆକ୍ରମଣ ନେଇ ଏପର୍ଯ୍ୟନ୍ତ ଇସ୍ରାଏଲୀ ସେମା ପକ୍ଷରୁ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।

ସୂଚନା ଅନୁସାରେ, କେନ୍ଦ୍ରୀୟ ଗାଜାର ଦେର୍ ଅଲ-ବଲାହରେ ୩ଟି ଘର, ଗାଜା ସହରର ଏକ କୋଠା ଏବଂ ଖାନ ୟୁନିସ, ରାଫାରେ କିଛି ସ୍ଥାନ ଉପରେ ଆକ୍ରମଣ କରାଯାଇଥିଲା । ଇସ୍ରାଏଲ ଓ ହମାସ ମଧ୍ୟରେ ମତଭେଦ ମଧ୍ୟରେ ହିଂସା ବୃଦ୍ଧି ପାଉଛି । ଅନ୍ୟ ପକ୍ଷରେ ଯେପର୍ଯ୍ୟନ୍ତ ହମାସ ଗାଜା ଛାଡି ନାହିଁ ସେ ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଗାଜାକୁ ସମ୍ପୂର୍ଣ୍ଣ ଭାବରେ ଛାଡିପାରିବ ନାହିଁ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+