ମଙ୍ଗୋଲିଆରେ ଜରୁରୀ ଅବତରଣ ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ କାରଣ....
ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ମଙ୍ଗୋଲିଆରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆର ବିମାନ ଏଆଇ ୧୭୪ ଉଡ଼ାଣ ଭରିବା ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ପରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏହାକୁ ମଙ୍ଗୋଲିଆର ଉଲାନବାଟର ଏୟାରପୋର୍ଟରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ସେପଟେ ବିମାନଟି ମଙ୍ଗୋଲିଆରେ ଅବତରଣ କରିବା ପରେ ସେଠାରେ ଯାତ୍ରୀଙ୍କୁ ଯେଉଁଭଳି କିଛି ଅସୁବିଧା ନହୁଏ ସେଥିପ୍ରତି ଏୟାର ଇଣ୍ଡିଆର କର୍ମଚାରୀ ସଜାଗ ରହିଛନ୍ତି । ସେଠାକର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗଇ ଦିଆଯାଇଛି । ଏହା ସହ ଯଥାଶୀଘ୍ର ବିମାନର ଯାନ୍ତ୍ରିକ ସମସ୍ୟାର ସମାଧାନ କରି ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି କାମ ଚାଲିଛି ବୋଲି ଏୟାର ଲାଇନ୍ ପକ୍ଷରୁ କୁହାଯାଇଛି ।

ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, 'ଏହି ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଆମେ ସମସ୍ତ ଯାତ୍ରୀଙ୍କୁ ସହାୟତା କରିବା ପାଇଁ ଆମର ଅଂଶୀଦାରମାନଙ୍କ ସହିତ ମିଶି କାର୍ଯ୍ୟ କରୁଛୁ। ଏୟାର ଇଣ୍ଡିଆରେ, ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।'












Click it and Unblock the Notifications