ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୩
ବେଜିଂ: ଗତ ଦୁଇ ଦିନ ତଳେ ତିବ୍ବତରେ ଭୂକମ୍ପ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ପରେ ଏବେ ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ। ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ ଏ ନେଇ ସୂଚନା ଦିଆଯାଇଛି।

ଦୁଇ ଦିନ ପୂର୍ବେ, ଜାନୁଆରି ୭ ତାରିଖରେ ଜିଜାଙ୍ଗରେ ହୋଇଥିବା ଭୂମିକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଯେଉଁଥିରେ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜିଜାଙ୍ଗ ଅଞ୍ଚଳ ଏକ ସମ୍ବେଦନଶୀଳ ଅଞ୍ଚଳ; ଯେଉଁଠାରେ ଭୂମିକମ୍ପ ହେବାର ସମ୍ଭାବନା ରହିଛି।












Click it and Unblock the Notifications