ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର ଉପରେ ଆମେରିକାର କବଜା, ୩୦ରୁ ୫୦ ମିଲିୟନ ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା

ଆକ୍ରମଣ ପରେ ତେଲ କିଣିବେ ଟ୍ରମ୍ପ୍ । ବେନେଜୁଏଲା ରାଷ୍ଟ୍ରପତିଙ୍କ ଘରେ ଏୟାର ଷ୍ଟ୍ରାଇକ୍ କରି ଅପହରଣ କରିବା ପରେ ଏବେ ଭେନେଜୁଏଲା ତେଲ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆଖି ପଡିଛି । ଭେନେଜୁଏଲା ଆମେରିକାକୁ ୩୦ ରୁ ୫୦ ମିଲିୟନ ବ୍ୟାରେଲ୍ ତେଲ ବିକ୍ରି କରିବ ବୋଲି ଟ୍ରମ୍ପ୍ କହିଛନ୍ତି । ତେବେ ଏ ସମସ୍ତ ବେଷ୍ଟ୍ କ୍ୱାଲିଟିର ତୈଲକୁ ବଜାର ମୂଲ୍ୟରେ କ୍ରୟ କରାଯିବ ।

Venezuela

ଟ୍ରମ୍ପ୍ କହିଛନ୍ତି ଯେ, ସେ ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ତେଲ କିଣିବା ନେଇ କହି ସାରିଛନ୍ତି । ଖୁବ୍ ଶୀଘ୍ର ଏନେଇ ଯୋଜନା ପ୍ରସ୍ତୁତ ହେବ । ଜାହାଜ ସାହାଯ୍ୟରେ ଭେନେଜୁଏଲାରୁ ତେଲ ଆମେରିକା ଆସିବ । ସିଧାସଳଖ ଭାବେ ୟୁଏସ ବନ୍ଦରରେ ଏହା ପହଁଚିବ । ତେବେ ଆମେରିକାର ଆର୍ଥିକ ବ୍ୟବସ୍ଥା ତାଙ୍କ ନିୟନ୍ତ୍ରଣରେ ରହିଛି । ଏହାକୁ ସେ ଭେନେଜୁଏଲା ଏବଂ ଆମେରିକୀୟଙ୍କ ବିକାଶ ପାଇଁ ବ୍ୟବହାର କରାଯିବ ।

ପୂର୍ବରୁ ଶନିବାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବୈଠକ ବସିଥିଲା । ଏଥିରେ ଦେଶର ତୈଳ ଆମଦାନୀ ରପ୍ତାନୀ ବାବଦରେ ଆଲୋଚନା ହୋଇଥିଲା । କିପରି ଦେଶରେ ପେଟ୍ରୋଲ-ଡିଜେଲ ଆଦି ତୈଳକୁ ସୂଚାର ରୂପେ ଦେଶେର ଆର୍ଥିକ ବିକାଶରେ ବ୍ୟବହାର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ଭେନେଜୁଏଲା ଉପରେ ଆକ୍ସନ୍

ଜାନୁଆରୀ ୩ ତାରିଖରେ ୟୁଏସ ଯୁଦ୍ଧ ବିମାନ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ସେଠାକାର ରାଷ୍ଟ୍ରପତିଙ୍କୁ ଆମେରିକା ଅଣାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକୀୟ ଯୁଦ୍ଧଜାହାଜ USS ଦ୍ୱାରା ନ୍ୟୁୟର୍କ ଅଣାଯାଇଥିଲା। ଏହା ପୂର୍ବରୁ ଟ୍ରମ୍ପ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ।

ଆକ୍ରମଣ ପରେ ଫକ୍ସ ନ୍ୟୁଜକୁ ଏକ ଟେଲିଫୋନ୍ ସାକ୍ଷାତକାରରେ ଟ୍ରମ୍ପ୍ କହିଥିଲେ "ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ। ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମାଦୁରୋଙ୍କ ସହ କଥା ହୋଇଥିଲି। ଆମର ଏକ ଆଲୋଚନା ହୋଇଥିଲା, ମୁଁ ନିଜେ ତାଙ୍କ ସହ କଥା ହୋଇଥିଲି, କିନ୍ତୁ ମୋର ବାର୍ତ୍ତା ସ୍ପଷ୍ଟ ଥିଲା: ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ମୁଁ କହିଥିଲି ବୋଲି ଟ୍ରମ୍ପ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+