Pope Francis Death: କିଏ ହେବେ ପରବର୍ତ୍ତୀ ପୋପ୍, ଜାଣନ୍ତୁ କିପରି ଚୟନ କରାଯାଏ ନୂଆ ପୋପ୍
Pope Francis Death: ୨୬୬ତମ ପୋପ୍ ଏବଂ ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମ ଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦୀର୍ଘ ଅସୁସ୍ଥତା ପରେ ପରଲୋକ ହୋଇଛି । ୧୪୦ କୋଟି କ୍ୟାଥଲିକ୍ ମୁଖିଆ ଥିଲେ ପୋପ୍ ଫ୍ରାନ୍ସିସ । ୨୦୧୩ରେ ପୋପ୍ ହେବା ପରଠାରୁ, ସେ ଖ୍ରୀଷ୍ଟିଆନିଟିର ସବୁଠାରୁ ବଡ଼ ଶାଖା ପାଇଁ ଯତ୍ନ ଏବଂ ପରିବର୍ତ୍ତନର ପ୍ରତୀକ ହୋଇଛନ୍ତି। ୮୮ ବର୍ଷ ବୟସରେ ତାଙ୍କର ପରଲୋକ କ୍ୟାଥୋଲିକ ଚର୍ଚ୍ଚ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୁଗର ଅନ୍ତ ଘଟାଇଛି ।
ପୋପ୍ ଫ୍ରାନ୍ସିସ୍ଙ୍କ ମୃତ୍ୟୁର ଚାରିରୁ ଛଅ ଦିନ ପରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ, ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ନଅ ଦିନ ପର୍ଯ୍ୟନ୍ତ ଚାଲିବ। ତାଙ୍କ ମୁହଁ ଉପରେ ଏକ ଧଳା ରେଶମୀ କପଡା ରହିବ, ଯାହା ତାଙ୍କ ଅନନ୍ତ ବିଶ୍ରାମକୁ ଯିବାର ପ୍ରତୀକ ହେବ, ଏବଂ କଫିନରେ ତାଙ୍କ ଶାସନକାଳର ମୁଦ୍ରାର ଏକ ବ୍ୟାଗ ଏବଂ ତାଙ୍କ ଜୀବନର ସଫଳତାର ବିବରଣୀ ଥିବା ଏକ ଦଲିଲ ମଧ୍ୟ ରହିବ। ତାଙ୍କର ବ୍ୟକ୍ତିଗତ ଇଚ୍ଛା ପୂରଣ କରି, ତାଙ୍କୁ ସାଣ୍ଟା ମାରିଆ ମ୍ୟାଗିଓର୍ ବାସିଲିକାରେ କବର ଦିଆଯିବ। ପରମ୍ପରା ଭାଙ୍ଗୁ ୩ଟି ସୌଖୀନ କଫିସ୍ ପରିବର୍ତ୍ତେ ଗୋଟିଏ କାଠ ଓ ଜିଙ୍କ୍ କପିନରେ ତାଙ୍କ କବର ଦିଆଯିବ । ଯାହା ତାଙ୍କ ସରଳ ସ୍ୱଭାବକୁ ସୂଚାଉଛି ।

ଅନ୍ତିମ ସଂସ୍କାର ପରେ କାର୍ଡିନାଲ୍ସ କଲେଜ ପୋପଙ୍କ ମୃତ୍ୟୁର ୧୫ ରୁ ୨୦ ଦିନ ମଧ୍ୟରେ ତାଙ୍କର ଉତ୍ତରାଧିକାରୀ ଚୟନ କରିବା ପାଇଁ ଏକ ପୋପ ସମ୍ମିଳନୀ ଡାକିବ। କୌଣସି ପୋପଙ୍କ ମୃତ୍ୟୁ ପରେ କ୍ୟାଖୋଲିକ୍ ଚର୍ଚ୍ଚରେ କାର୍ଡିନଲ୍ସ ନିର୍ବାଚନ କରାଯାଇଥାଏ । କାର୍ଡିନଲ୍ସ ବରିଷ୍ଠ ପଦାଧିକାରୀଙ୍କ ଏକ ଗ୍ରୁପ ଅଟେ ଯାହାର କାମ ପୋପଙ୍କୁ ପରାମର୍ଶ ଦେବା । କେବଳ ୮୯ ବର୍ଷରୁ କମ୍ ବୟସର କାର୍ଡିନଲ୍ସ ଭୋଟ୍ ଦେବାକୁ ଯୋଗ୍ୟ ହେବେ। ନିର୍ବାଚନ ସିଷ୍ଟିନ୍ ଚାପେଲରେ ବାହ୍ୟ ପ୍ରଭାବରୁ ଦୂରରେ ଅନୁଷ୍ଠିତ ହୁଏ ଏବଂ ଚିମିନିରୁ ଧୂଆଁ ଦ୍ୱାରା ଫଳାଫଳ ସୂଚିତ କରାଯାଏ । ଯଦି କୌଣସି ନିଷ୍ପତ୍ତି ନହୁଏ, ତେବେ କଳା ଏବଂ ପୋପ୍ ସ୍ଥିର କରାଯିବା ପରେ ଧଳା ରଙ୍ଗର ଧୂଆଁ ବାହାରିଥାଏ ।
ବର୍ତ୍ତମାନ ପର୍ଯ୍ୟନ୍ତ ପୋପ୍ ଫ୍ରାନ୍ସିସଙ୍କ ପରଲୋକ ପରେ ନୂତନ ପୋପଙ୍କ ବାବଦରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ୧୫ ରୁ ୨୦ ଦିନ ମଧ୍ୟରେ ତାଙ୍କର ଉତ୍ତରାଧିକାରୀ ଚୟନ କରାଯିବା ।












Click it and Unblock the Notifications