ମୁନିର ଏବଂ ବିଲାୱାଲ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାଲି ଆଖି
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେଉଁ ପ୍ରକାରର ପଦକ୍ଷେପ ନେଇଛି ସେଥିରେ ପାକିସ୍ତାନ ରକ୍ତର ଚାଉଳ ଚୋବାଉଛି । ପାକିସ୍ତାନ ଭାରତ ବିଷୟରେ ନିରନ୍ତର ଅବାନ୍ତର ବୟାନ ଦେଉଛି । ପ୍ରଥମେ ସେନା ମୁଖ୍ୟ ଆଉ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଭାରତକୁ ଲଗାତାର ଧମକ ଦେଉଥିବା ବେଳେ ଏହି କ୍ରମରେ ଏବେ ଯୋଡି ହୋଇନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ । ଏପର୍ଯ୍ୟନ୍ତ ଭାରତ ସହିତ ଆଲୋଚନା ପାଇଁ ନିବେଦନ କରୁଥିବା ଶରିଫ ଏବେ ନିଜର ଅସଲ ରୂପ ଦେଖାଇଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ କହିଛନ୍ତି ଯେ ଭାରତକୁ ପାକିସ୍ତାନର ପାଣିର ଗୋଟିଏ ବୁନ୍ଦା ମଧ୍ୟ ଛଡ଼ାଇ ନେବାକୁ ଦିଆଯିବ ନାହିଁ। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ପଦକ୍ଷେପ ନେଇଛି, ଯେଉଁଥିରେ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ମଧ୍ୟ ସାମିଲ ଥିଲା। ପାକିସ୍ତାନ ବାରମ୍ବାର ଚେତାବନୀ ଦେଇଛି ଯେ ପାଣି ବନ୍ଦ କରିବା ପାଇଁ ଯେକୌଣସି ହସ୍ତକ୍ଷେପକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି କହିଛନ୍ତି, ଆଜି ମୁଁ ଶତ୍ରୁକୁ କହିବାକୁ ଚାହୁଁଛି ଯେ ଯଦି ତୁମେ ଆମର ପାଣି ବନ୍ଦ କରିବାକୁ ଧମକ ଦିଅ, ତେବେ ମନେରଖ ଯେ ତୁମେ ପାକିସ୍ତାନର ପାଣିର ଗୋଟିଏ ବୁନ୍ଦା ମଧ୍ୟ ଛଡ଼ାଇ ପାରିବ ନାହିଁ। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଭାରତ ଏପରି କୌଣସି ପଦକ୍ଷେପ ନିଏ, ତୁମକୁ ଏପରି ଶିକ୍ଷା ଦିଆଯିବ ଯେ ତୁମେ ପଶ୍ଚାତାପ କରିବ।












Click it and Unblock the Notifications