ଜାପାନ ପରେ ଭୂକମ୍ପରେ ଥରିଲା ଆଫଗାନିସ୍ଥାନ
କାବୁଲ:ପ୍ରଥମେ ଜାପାନ, ପରେ ମିଆଁମାର ଏବେ ଆଫଗାନିସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନରେ ଆଜି (ଜାନୁଆରୀ ୩ରେ) ୩୦ ମିନିଟ୍ରୁ କମ୍ ସମୟ ମଧ୍ୟରେ ୨ଟି ଭୂମିକମ୍ପ ସଂଘଠିତ ହୋଇଥିବା କଥା 'ନ୍ୟାସ୍ନାଲ୍ ସେର୍ଣ୍ଟ ର୍ଫ ସିସ୍ମୋଲୋଜି' ସୂଚନା ଦେଇକ୍ତି । ଏହି ଭୂକମ୍ପ ରାତି ୧୨.୨୮ରେ ଫୈଜାବାଦ୍ର ପୂର୍ବ ପ୍ରାନ୍ତକୁ ୧୦୦ କିଲୋମିର୍ଟ ଦୂରରେ ପ୍ରଥମ ଭୂମିକମ୍ପ ସଂଘଠିତ ହୋଇଥିଲା ଏବଂ ରିର୍କ୍ଟ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୪ ।
ଆଉ ପୁଣି ଥିରେ ରାତି ୧୨.୫୫ରେ ଫୈଜାବାଦର ପୂର୍ବ ଆଡ଼କୁ ୧୨୬ କିଲୋମିର୍ଟ ଦୂରରେ ଦ୍ୱିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା । ରିର୍କ୍ଟ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୮ । ଏହି ଭୂକମ୍ପ ଦ୍ୱାରା ମୃତାହତ ଅଥବା କ୍ଷୟକ୍ଷତି ସମ୍ବନ୍ଧୀୟ ରିପୋର୍ଟ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ ।

ଉଲ୍ଲେଖଯୋଗ୍ୟ ନିକଟରେ ଜାପାନରେ ହୋଇଥିବା ଭୂକମ୍ପର ରିକ୍ଟର ସ୍କେଲରେତୀବ୍ରତା ୭.୪ ରେକର୍ଡ କରାଯାଇଥିଲା । ଜାପାନର ଉତ୍ତର-ପଶ୍ଚିମ ତଟବର୍ତ୍ତୀ ଇସିକାୱା ଅଞ୍ଚଳରେ ଏହି ଭୁକମ୍ପ ହୋଇଥିଲା । ବିର୍ତ୍ତମାନ ସୁଦ୍ଧା ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧ ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ କୋଠା ଭୁଶୁଡି ପଡିଥିବା ବେଳେ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା ।
ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସୁଛି ଦୃଦୟ ବିଦାରକ ଦୃଶ୍ୟ । ତେବେ ନୂଆବର୍ଷ ଅବସରରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ଜାପାନରେ ଆସିଥିବା ଭୂମିକମ୍ପ












Click it and Unblock the Notifications