ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ ପରେ ଆତଙ୍କବାଦକୁ ନେଇ ବଡ ବୟାନ ଦେଲା ଚୀନ, ଚିନ୍ତାରେ ପାକ

ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ହାହାକାର ସ୍ଥିତି । ପହଲଗାମ ଆଟାକ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଚୀନ ଲଗାତାର ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ହେଲେ ଭାରତର ଅପରେସନ ସିନ୍ଦୂର ପରେ ଚୀନର ସ୍ୱର ଏବେ ବଦଳୁଥିବା ନଜର ଆସୁଛି ।

Pakistan

ଅପରେସନ ସିନ୍ଦୂର ପରେ ଚୀନ କହିଛି କି, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କ ସହ ମିଶି ଅଶାନ୍ତିକୁ କମ କରିବାକୁ ନିର୍ଣ୍ଣାୟକ ଭୂମିକା ନେଇପାରିବେ । ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି କି, ଆମେ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଭାରତ-ପାକିସ୍ତାନ ସର୍ବାଦ ନିଜ ନିଜର ପଡ଼ୋଶୀ ରହିବେ । ଆଉ ଏହି ଦୁଇ ଦେଶ ଆମର ବି ପଡ଼ୋଶୀ । ଚୀନ ଆରମ୍ଭରୁ ଆତଙ୍କବାଦକୁ ବିରୋଧ କରୁଛି । ଆମେ ଦୁଇ ଦେଶକୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛୁ । ଏହାସହ ଚୀନ ଏହା ମଧ୍ୟ କହିଛି କି ଆମେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖପ୍ରକାଶ କରୁଛୁ ।

ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଭାରତୀୟ ସେନା ମଙ୍ଗବାଳ ମଧ୍ୟରାତିରେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା । ଭାରତୀୟ ସ୍ଥଳ ସେନା, ବାୟୁସେନା ଓ ଜଳସେନାର ମିଳିତ ଅପରେସନରେ ପାକିସ୍ତାନ ଓ ପିଓକେର 9ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+