ପାଣି ବିନା ଛଟପଟ ପାକିସ୍ତାନ, ଭାରତ ପରେ ଆଫଗାନିସ୍ଥାନ ନେଲା ବଡ଼ ପଦକ୍ଷେପ
ପାକିସ୍ତାନର ସ୍ଥିତି ପୁଣି ଥରେ ଖରାପ ହେବାରେ ଲାଗିଛି । ପାଣିକୁ ନେଇ ଦେଶରେ ଦେଖାଦେଇଛି ଉତ୍ତେଜନା । ପାଣିକୁ ନେଇ ସିନ୍ଧ ଓ ପଞ୍ଜାବ ମଧ୍ୟରେ ବିବାଦ ଚାଲିଛି । ଏହି ମାମଲା ଏତେ ବଢ଼ିଯାଇଛି ଯେ, ଲୋକେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଆସିଛନ୍ତି । ବିକ୍ଷୋଭକାରୀମାନେ ସିନ୍ଧ ପ୍ରଦେଶର ଗୃହମନ୍ତ୍ରୀ ଜିଆଉଲ ହାସନ ଲଞ୍ଜରଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ଏମିତିକି ଘରକୁ ବି ଜାଳିଦେଇଛନ୍ତି ବିକ୍ଷୋଭକାରୀ ।
ସୂଚନା ଥାଉକି, ପାଣି ବଣ୍ଟନକୁ ନେଇ ପଞ୍ଜାବ ଓ ସିନ୍ଧ ମଧ୍ୟରେ ବିବାଦ ଚାଲିଛି । ଗରମ ବୃଦ୍ଧି ପାଉଥିବାରୁ ପାଣି ସମସ୍ୟା ବି ବୃଦ୍ଧି ପାଇଛି । ପାଣିକୁ ନେଇ ବିବାଦ ଏବେ ବହୁତ ବଢ଼ିଯାଇଛି।ଏହି ପ୍ରସଙ୍ଗକୁ ନେଇ ହିଂସା ସୃଷ୍ଟି ହୋଇଥିଲା । ଏମିତିକି ଗୃହମନ୍ତ୍ରୀଙ୍କ ଘରକୁ ଟାର୍ଗେଟ କରାଯାଇଥିଲା । ଗୃହମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିଥିବା ବିକ୍ଷୋଭକାରୀମାନେ ବନ୍ଧୁକ ଧରି ଆସିଥିଲେ। ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଉତ୍ତେଜନା ପରିସ୍ଥତି ରହିଛି ।
ଅନ୍ୟପଟେ ଭାରତ ପରେ ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଛାଡ଼ିବ ନାହିଁ ବୋଲି କହିଦେଇଛି । କୁନାର ନଦୀ ଉପରେ ଆଫଗାନିସ୍ତାନ ଡ୍ୟାମ୍ ନିର୍ମାଣ ଲାଗି ପ୍ରସ୍ତୁତି ଚଳାଇଥିବା ଜାଣିବାକୁ ମିଳିଛି । ତାଲିବାନୀ ସେନାର ଚିଫ୍ ଜେନେରାଲ ମୁବିନ ଖାନ କୁନାର ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍ର ନିରୀକ୍ଷଣ ଲାଗି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, କୁନାର ନଦୀର ପାଣି ଆମ ରକ୍ତ ଭଳି, ଏହାକୁ ଆମେ ପାକିସ୍ତାନ ପାଇଁ ବହିବାକୁ ଦେବୁନାହୁଁ । ବେଲୁଚ ନେତା ମୀର୍ ୟାର ବେଲୁଚ ଜେନେରାଲ ମୁବିନଙ୍କ ଏହି ଗସ୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଜେନେରାଲ ମୁବିନ ଏହି ଭିଡିଓରେ ତାଲିବାନ ସରକାରକୁ ଡ୍ୟାମ୍ ନିର୍ମାଣ ପାଇଁ ପାଣ୍ଠି ଯୋଗାଡ଼ ଲାଗି ଅପିଲ୍ କରୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି, ଆମକୁ ପାଣି ରୋକିବାକୁ ହେବ । ଏହାଦ୍ୱାରା ଆମର ବିଜୁଳି ଚାହିଦା ପୂରଣ ହେବ ଏବଂ ଆମେ ନିଜ ଚାଷଜମିରେ ପାଣି ବ୍ୟବହାର କରି ପ୍ରଚୁର ଫସଲ ଅମଳ କରିବୁ ।
ତାଲିବାନର ଜଳ ଓ ଶକ୍ତି ମନ୍ତ୍ରଣାଳୟ ମୁଖପାତ୍ର ମତିଉଲ୍ଲାହ ଆବିଦ କହିଛନ୍ତି, ଏହି ପ୍ରସ୍ତାବିତ ଡ୍ୟାମ୍ର ସର୍ଭେ ଓ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏହାକୁ ନିର୍ମାଣ ଲାଗି ପାଣ୍ଠି ଆବଶ୍ୟକ । ଏହି ପ୍ରକଳ୍ପ ଶେଷ ହେବା ପରେ ୪୫ ମେଗାୱାଟ ବିଜୁଳି ଉତ୍ପାଦନ ହେବ । ଏଥିସହ ୧.୫ ଲକ୍ଷ ଏକର ଜମିକୁ ଜଳସେଚନ ହୋଇପାରିବ । ଫଳରେ ଆଫଗାନିସ୍ତାନରେ ବିଦ୍ୟୁତ ଓ ଖାଦ୍ୟ ସୁରକ୍ଷାରେ ସୁଧାର ଆସିବ।












Click it and Unblock the Notifications