ଇଗୋରଙ୍କ ମୃତ୍ୟୁ ପରେ ୟୁକ୍ରେନକୁ ବଡ଼ ଧମକ ଦେଲା ଋଷ କହିଲା ଭୋଗିବାକୁ ପଡ଼ିବ.....

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି। ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍‌ର ଅନୁସନ୍ଧାନ କମିଟି ଦର୍ଶାଇଛି।

ଏସବୁ ମଧ୍ୟରେ ରୁଷିଆର ଆଣବିକ କାର୍ଯ୍ୟକ୍ରମ ମୁଖ୍ୟ ଇଗୋର କିରିଲୋଭ୍‌ଙ୍କ ହତ୍ୟା ପରେ ଏହି ବିପଦ ଆହୁରି ବଢୁଥିବା ଜଣାପଡିଛି। ଯଦିଓ ପରମାଣୁ ଆକ୍ରମଣ ବିଷୟରେ ରୁଷିଆ କିଛି କହିନାହିଁ, ତଥାପି ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିପାରିବ ବୋଲି ଆଲୋଚନା ହେଉଛି।

putin

ମସ୍କୋରେ ହୋଇଥିବା ଆକ୍ରମଣ ପରେ ରୁଷିଆ ର ଆଣବିକ ଅସ୍ତ୍ର ବିଭାଗର ମୁଖ୍ୟ ଇଗୋର କିରିଲୋଭଙ୍କୁ ହତ୍ୟା କରାଯାଇଥିଲା। ୟୁକ୍ରେନ ଏଥିପାଇଁ ନଜକୁ ଦାୟୀ କରିଛି। ୟୁକ୍ରେନ ଉପରେ କ୍ରେମଲିନ ଆକ୍ରମଣ ପରଠାରୁ ରୁଷିଆର ଜଣେ ହାଇପ୍ରୋଫାଇଲ ଅଧିକାରୀଙ୍କ ହତ୍ୟା ମାମଲାରେ ଏହା ହେଉଛି ସବୁଠାରୁ ବଡ ମାମଲା।

ଦକ୍ଷିଣ-ପୂର୍ବ ମସ୍କୋର ଏକ ଆପାର୍ଟମେଣ୍ଟ ବିଲଡିଂ ନିକଟରେ ଯାଉଥିବା ସମୟରେ ଏକ ଇଲେକ୍ଟ୍ରିକ ସ୍କୁଟରରେ ଲୁଚି ରହିଥିବା ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାପରେ ଇଗୋର କିରିଲୋଭ ଏବଂ ତାଙ୍କ ସହାୟକଙ୍କର ମୃତ୍ୟୁ ଘଟିଥିଲା। ରୁଷିଆର ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଏକ ଆପାର୍ଟମେଣ୍ଟ ବିଲଡିଂ ବାହାରେ ଏହି ବିସ୍ଫୋରଣ ଘଟିଛି।

ତାଙ୍କ ମୃତ୍ୟୁ ପରେ ଏବେ ରକ୍ତମୁଖା ହୋଇପଡିଛି ଋଷ । ଋଷ ସ୍ପଷ୍ଟ କରିଛି ଇଗୋରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ୟୁକ୍ରେନ୍ ବିରୋଧରେ ବଡ ପଦକ୍ଷେପ ଉଠାଇପାରେ ଋଷ । ପୂର୍ବରୁ ପରମାଣୁ ଆକ୍ରମଣ ପାଇଁ ବାରମ୍ବାର ଧମକ ଦେଇଆସିଛି ଋଷ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଉଠାଇନାହାଁନ୍ତି ଋଷ ରାଷ୍ଟ୍ରପତି। ମାତ୍ର ଇଗୋରଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ହୋଇ ଉଠିଛି ଋଷ୍‌।

ତେବେ ଇଗୋରଙ୍କ ହତ୍ୟାକୁ ନେଇ ସ୍ପଷ୍ଟିକରଣ ରହିଛି ୟୁକ୍ରେନ୍ । ଏସବିୟୁ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଇଗୋରକୁ ହତ୍ୟା କରିବା ପାଇଁ ୟୁକ୍ରେନ ସ୍ପେସାଲ ଅପରେସନ୍ ଆରମ୍ଭ କରିଥିଲା । ଏସବିୟୁର ଜଣେ ଅଧିକାରୀ କହିଛନ୍ତି, ଇଗୋର ଜଣେ ଯୁଦ୍ଧ ଅପରାଧୀ ଥିଲେ । କାରଣ ସେ ୟୁକ୍ରେନ୍ ବିରୋଧରେ ଅବୈଧ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ପାଇଁ ଆଦେଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+