Get Updates
Get notified of breaking news, exclusive insights, and must-see stories!

୫୧ ବର୍ଷ ପରେ ଆମେରିକାର ଆକାଶରେ ଉଡ଼ିଲା ପ୍ରଳୟର ବିମାନ, ବଢିଲା ଯୁଦ୍ଧ ଆଶଙ୍କା

ରହସ୍ୟମୟ'ଡୁମ୍ସଡେ ପ୍ଲେନ୍'ବା'ପ୍ରଳୟର ବିମାନ'କୁ ନେଇ ଏବେ ଆତଙ୍କ । ଦୀର୍ଘ ୫୧ ବର୍ଷ ପରେ ଆମେରିକାର ଆକାଶରେ ଏହାକୁ ଉଡ଼ୁଥିବାର ଦେଖିବାକୁ ମିଳିଛି । ଭେନେଜୁଏଲା ଉପରେ ଆକ୍ରମଣ ପରେ ଆମେରିକା ବର୍ତ୍ତମାନ ଗ୍ରୀନଲାଣ୍ଡ,କଲମ୍ବିଆ ଭଳି ଦେଶକୁ ବାରମ୍ବାର ଧମକ ଦେଉଛି । ଇରାନ୍ ସହ ମଧ୍ୟ ଏହାର ବିବାଦ ଚରମ ସୀମାରେ ପହଞ୍ଚିଛି । ଆଗକୁ ବଡ଼ ଯୁଦ୍ଧର ସୂତ୍ରପାତ ହେବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ'ପ୍ରଳୟର ବିମାନ'ଉଡ଼ିବାକୁ ନେଇ ଭୟ ଘାରିଛି ।

America

ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶସ୍ଥିତ ଲସ୍ ଏଞ୍ଜିଲସ୍ ସହରରେ ଏହି ବିମାନକୁ ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଆମେରିକୀୟ ବାୟୁସେନାର ବୋଇଙ୍ଗ୍ ଇ-୪ବି ନାଇଟ୍ୱାଚ୍କୁ ବିଶ୍ୱବ୍ୟାପୀ ଡୁମ୍ସଡେ ପ୍ଲେନ୍ ବା ପ୍ରଳୟର ବିମାନ ଭାବେ ଜଣାଯାଏ । ଏମିତି କି ଏହାକୁ'ଫ୍ଲାଇଙ୍ଗ୍ ପେଣ୍ଟାଗନ୍'ମଧ୍ୟ ଅଭିହିତ କରାଯାଏ । ଗତ ସପ୍ତାହରେ ଏହା ଲସ୍ ଏଞ୍ଜିଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଏହି ବିମାନ ଏକ ଉଡ଼ନ୍ତା କମାଣ୍ଡ ସେଣ୍ଟର । ପରମାଣୁ ଆକ୍ରମଣ କିମ୍ବା କୌଣସି ବଡ଼ ରାଷ୍ଟ୍ରୀୟ ଜରୁରି ପରିସ୍ଥିତି ବେଳେ ଆମେରିକୀୟ ସରକାର ଏହାକୁ ଆକାଶରେ ପରିଚାଳନା କରିବାକୁ କ୍ଷମତା ରଖିଥାନ୍ତି । ଏହା ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍ ପଲ୍ସ (ଇଏମ୍ପି) ଓ ପରମାଣୁ ବିସ୍ଫୋରଣ ବେଳେ ସୃଷ୍ଟ ଉତ୍ତାପକୁ ସହ୍ୟ କରିବାର କ୍ଷମତା ରଖିଛି ।

ଏହି ବିମାନ ଲଗାତର ୬-୭ ଦିନ ପର୍ଯ୍ୟନ୍ତ ବାୟୁରେ ରହି ସଞ୍ଚାଳନ ଜାରି ରଖିପାରିବ । ଗୁରୁବାର ଏହାର ଅବତରଣ ହୋଇଥିଲା । ଏହାକୁ ଏୟାରଲାଇନ୍ ଭିଡିଓଜ୍ ଲାଇଭ୍ ସିଧା ପ୍ରସାରଣ କରିଥିଲା । ସୋସିଆଲ ମିଡିଆ'ଏକ୍ସ'ରେ ଜଣେ ୟୁଜର ଲେଖିଛନ୍ତି, 'ପ୍ରେସିଡେନ୍ସିଆଲ୍ ଡୁମ୍ସଡେ ପ୍ଲେନ୍କୁ ଲସ୍ ଏଞ୍ଜିଲସ୍ ବିମାନବନ୍ଦରରେ ଓହ୍ଲାଉଥିବାର ଦେଖାଯାଇଛି । ଏହା ଏକ ନ୍ୟୁକ୍ଲିୟର୍-ପ୍ରୁଫ୍ ତଥା କାହାରି ଦୃଷ୍ଟିକୁ ଆସିପାରୁ ନ ଥିବା ଭାସମାନ କମାଣ୍ଡ ୟୁନିଟ୍ । ଏହା ଭଲ ସଙ୍କେତ ଦେଉନାହିଁ ।'କିଛି ୟୁଜର ଏହାକୁ ୨୦୨୬ର ସବୁଠୁ ବଡ଼ ବିମାନ ଘଟଣା ଅଭିହିତ କରିଛନ୍ତି ।

ରିପୋର୍ଟ ଅନୁସାରେ,ଏହି ବିମାନରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍ ବସିଥିଲେ । ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ଯେ ଏହି ଉଡ଼ାଣ ପ୍ରତିରକ୍ଷା ମନ୍ତ୍ରୀଙ୍କ'ଆର୍ସେନଲ୍ ଅଫ୍ ଫ୍ରିଡମ୍'ଟୁର୍ର ଅଂଶବିଶେଷ ଥିଲା । ଏଥିରେ ସେ ଦକ୍ଷିଣ କାଲିଫର୍ଣ୍ଣିଆରେ ସୈନ୍ୟ ନିଯୁକ୍ତି ଓ ଏରୋସ୍ପେସ କମ୍ପାନିଗୁଡ଼ିକୁ ଭେଟିଥିଲେ । କିନ୍ତୁ ଏଭଳି ସାଧାରଣ କାର୍ଯ୍ୟକ୍ରମରେ କାହିଁକି ଡୁମ୍ସଡେ ବିମାନ ବ୍ୟବହାର କରାଗଲା,ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+