ବୋମା ବିସ୍ଫୋରଣ ରେତାଲିବାନ ମନ୍ତ୍ରୀ ଖଲିଲ ହକାନୀ ମୃତ

କାବୁଲ : ଆଫଗାନିସ୍ତାନର ରାଜଧାନୀରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖାଲିଲ ହକାନୀଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତୀତ ତାଙ୍କର ୩ ଅଙ୍ଗରକ୍ଷୀଙ୍କ ସମେତ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀ ମନ୍ତ୍ରଣାଳୟରେ ଏହି ଆକ୍ରମଣ ହୋଇଛି। ସେ ଖୋଷ୍ଟରେ ଏକ ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏଯାବତ୍ ତଦନ୍ତରେ ଯାହା ସାମ୍ନାକୁ ଆସିଛି, ତାହାକୁ ଆତ୍ମଘାତୀ ଆକ୍ରମଣ ବୋଲି କୁହାଯାଉଛି। ତେବେ ଆତ୍ମଘାତୀ ଆକ୍ରମଣକାରୀ କିପରି ମନ୍ତ୍ରଣାଳୟ ଭିତରେ ପହଞ୍ଚିଲେ ସେ ନେଇ କିଛି ଜଣାପଡ଼ିନାହିଁ।

ଆମେରିକା ତାଙ୍କ ଉପରେ ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଖାଲିଲ ହକାନୀ ମୁକ୍ତ ଭାବରେ ବୁଲୁଥିଲେ। ମିଳିତ ଜାତିସଂଘ ମଧ୍ୟ ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତାକୁ ଫେରିବା ପରେ ଖଲିଲ ରେହମାନ ହକ୍କାନି ତାଲିବାନ ସରକାରରେ ଶରଣାର୍ଥୀ ଏବଂ ପ୍ରବାସୀ ମନ୍ତ୍ରୀ ଥିଲେ। ସେ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ମାମୁଁ ଥିଲେ।

Khalil Haqqani

ଆଫଗାନିସ୍ତାନର ପକ୍ତିଆ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ହକ୍କାନି ପଶ୍ତୁନର ଜାଦ୍ରାନ ଜନଜାତିର ଥିଲେ। ଆଫଗାନିସ୍ତାନ ଯୁଦ୍ଧ ସମୟରେ ହକ୍କାନି ଅନ୍ତର୍ଜାତୀୟ ପାଣ୍ଠି ସଂଗ୍ରହ ଦାୟିତ୍ୱରେ ଥିଲେ। ସେ ହକ୍କାନି ନେଟୱାର୍କର ମୁଖ୍ୟ ନେତା ଥିଲେ ଯଦିଓ ସେ ଗତ କିଛି ବର୍ଷ ଧରି ତାଲିବାନ ସହିତ କାମ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+