Get Updates
Get notified of breaking news, exclusive insights, and must-see stories!

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପାକିସ୍ତାନ ସହ ସଂଘର୍ଷରେ ଭାରତର ଭୂମିକା ନାହିଁ

ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍‌। ମଙ୍ଗଳବାର ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ଏକ ସୀମା ବିବାଦ। ଏହି ବିବାଦ ସହିତ ଅନ୍ୟ କୌଣସି ରାଷ୍ଟ୍ରକୁ ସମ୍ପୃକ୍ତ କରିବା ଠିକ୍ ନୁହେଁ। ଅଲ୍‌ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ମୁଲ୍ଲା ୟାକୁବ୍ କହିଛନ୍ତି ଯେ ଆଫଗାନିସ୍ତାନ ଏହାର ବିଦେଶ ନୀତି ସମ୍ପର୍କିତ ନିଷ୍ପତ୍ତି ସ୍ବାଧୀନ ଭାବେ ନେଇଥାଏ।

ଏହା ପଛରେ କୌଣସି ଚାପର ବଶବର୍ତ୍ତୀ ହୋଇ ନଥାଏ। ଆଫଗାନିସ୍ତାନ ସହିତ ସୀମା ସଂଘର୍ଷ ପଛରେ ଭାରତର ସମ୍ପୃକ୍ତି ରହିଥିବା ନେଇ ପାକିସ୍ତାନ କରିଥିବା ଅଭିଯୋଗକୁ ନେଇ ମୁଲ୍ଲା ୟାକୁବ୍ ଏପରି କହିଛନ୍ତି। ଅକ୍ଟୋବର ୧୧ରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ସଂଘର୍ଷ ଲାଗି ରହିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ ଶତାଧିକ ପ୍ରାଣ ହରାଇଛନ୍ତି।

Afghanistan

ଏହି ସଂଘର୍ଷକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରୀ ଖୱାଜା ଆସିଫ୍ ଭାରତକୁ ଦାୟୀ କରିଥିଲେ। ଆସିଫ୍ କହିଥିଲେ ଯେ ଆଫଗାନିସ୍ତାନର ତାଲିବାନ ନେତା ଭାରତ ଦ୍ବାରା ପରିଚାଳିତ ହେଉଛନ୍ତି। ଆଉ ଏପରି କାର୍ଯ୍ୟ ପାଇଁ ଆଫଗାନିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡିବ। ମଙ୍ଗଳବାର ଠାରୁ ଆଫଗାନିସ୍ତାନରେ ଭାରତ ଏହାର ଦୂତାବାସ ଖୋଲିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+